ରାୟଗଡ଼ାର ମରୁଡ଼ି ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲା ବିଜେପିର ୧୦ ଜଣିଆ ଟିମ୍

ରାୟଗଡ଼ା: ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍ ଆଜି ରାୟଗଡ଼ା ଜିଲ୍ଲାର ମରୁଡ଼ି ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି। ଟିମର ସଦସ୍ୟମାନେ ଜିଲ୍ଳାର ନୂଆଗାଁ, ରାମନାଗୁଡ଼ା, କୁଜେନ୍ଦ୍ରୀ, ପେଣାକାମ୍ ଆଦି ଅଞ୍ଚଳକୁ ଯାଇ ମରୁଡ଼ି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ତା’ସହ ମରୁଡ଼ି ଦ୍ୱାରା ପ୍ରଭାବିତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଗସ୍ତ ଅବସରରେ ଟିମର ସଦସ୍ୟମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସରକାରୀ ଅଧିକାରୀ ଘଟଣାସ୍ଥଳକୁ ନ ଆସି କେବଳ […]

maridi-3

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 04:09 PM IST

ରାୟଗଡ଼ା: ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍ ଆଜି ରାୟଗଡ଼ା ଜିଲ୍ଲାର ମରୁଡ଼ି ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି। ଟିମର ସଦସ୍ୟମାନେ ଜିଲ୍ଳାର ନୂଆଗାଁ, ରାମନାଗୁଡ଼ା, କୁଜେନ୍ଦ୍ରୀ, ପେଣାକାମ୍ ଆଦି ଅଞ୍ଚଳକୁ ଯାଇ ମରୁଡ଼ି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ତା’ସହ ମରୁଡ଼ି ଦ୍ୱାରା ପ୍ରଭାବିତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଗସ୍ତ ଅବସରରେ ଟିମର ସଦସ୍ୟମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସରକାରୀ ଅଧିକାରୀ ଘଟଣାସ୍ଥଳକୁ ନ ଆସି କେବଳ କାଗଜ କଲମରେ ମରୁଡ଼ିର ହିସାବ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବ୍ୟାଙ୍କ ଋଣ ଛାଡ଼ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ବିଜୟ ମହାପାତ୍ର କହିଛନ୍ତି ଯେ ଏ ଅଞ୍ଚଳ ବୁଲି ଦେଖିଲା ପରେ ଆମେ ଅନୁଭବ କଲୁ ଯେ ଏଠାକାର ଚାଷୀମାନେ ବେସାହାରା ହୋଇପଡ଼ିଛନ୍ତି। ସେମାନଙ୍କର ସାହା ବୋଲି କିଛି ନାହିଁ। ସେମାନେ ଫସଲ ପାଇବାର କୌଣସି ସମ୍ଭାବନା ନାହିଁ କି  ଋଣଶୁଝିବାକୁ ସେମାନଙ୍କ ଦମ୍ଭ ନାହିଁ। ସେମାନଙ୍କ ଆହା ପଦେ କହିବାକୁ ବି କେହି ଆସି ନାହାନ୍ତି। କୌଣସି ସରକାରୀ କର୍ମଚାରୀ ଏଠାକୁ ମରୁଡ଼ି ସ୍ଥିତି ଅନୁଧ୍ୟାନ କରିବାକୁ ଆସି ନାହାନ୍ତି। ଆମେ ଏ ଅଞ୍ଚଳର ଚାଷୀମାନଙ୍କୁ ଆତ୍ମହତ୍ୟା ନ କରିବାକୁ ଅନୁରୋଧ କରିଛୁ। ଚାଷୀମାନେ ପ୍ରଥମେ ସେମାନଙ୍କ ସମସ୍ୟା ବିଷୟରେ ଲିଖିତ ଭାବେ ଜଣାନ୍ତୁ ବୋଲି ପରାମର୍ଶ ଦେଇଛୁ।

ସେହିପରି ଦଳୀୟ ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ ଚାଷୀମାନେ ହାହାକାରରେ ଅଛନ୍ତି। କୌଣସି ସରକାରୀ କର୍ମଚାରୀ ସେମାନଙ୍କୁ ଦେଖିବାକୁ ଆସି ନାହାନ୍ତି।

ଅନ୍ୟପକ୍ଷରେ ବିଜେଡି ବରିଷ୍ଠ ନେତା ତଥା ଜୟପୁରର ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦ କହିଛନ୍ତି ଯେ ଅଭିଯୋଗ ଓ ଦୋଷାରୋପ କରିବା ଅତି ସହଜ। ବର୍ତ୍ତମାନ ରାଜ୍ୟର ଚାଷୀମାନେ ସମସ୍ୟାରେ ଅଛନ୍ତି। ଏଭଳି ସମୟରେ ବିରୋଧୀ ଅଭିଯୋଗ ନ ଆଣି ସରକାରଙ୍କୁ ସହଯୋଗର ହାତ ବଢ଼ାଇବା ଉଚିତ୍। ତା’ହେଲେ  ପ୍ରକୃତ ମରୁଡି ଅଞ୍ଚଳ ସହିତ ପ୍ରକୃତରେ ଫସଲହାନି ହୋଇଥିବା  ଚାଷୀଙ୍କୁ ଚିହ୍ନଟ କରିବାରେ ସହଜ ହେବ।

ରାୟଗଡ଼ାର ମରୁଡ଼ି ଗ୍ରସ୍ତ ଅଞ୍ଚଳ ବୁଲିଥିବା ବିଜେପିର  ୧୦ ଜଣିଆ ଟିମରେ ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଯଦୁମଣି ପାଣିଗ୍ରାହୀ, ରାମମୂର୍ତ୍ତି ଗମାଙ୍ଗେ ଓ ଶିଶିର ଗମାଙ୍ଗୋ ପ୍ରମୁଖ ସାମିଲ ହୋଇଥିଲେ।

Related story