କେତେ ସଫଳ ହେବ ସମସ୍ତଙ୍କୁ ଘର ଲକ୍ଷ୍ୟ: ମଧ୍ୟବିତ୍ତଙ୍କୁ ଅତିରିକ୍ତ ସୁଧ ରିହାତି ଓ ବିଲଡରଙ୍କୁ ଆୟକର ରିବେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨ ହଜାର ୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଲକ୍ଷ୍ୟ ରଖିଥିବା କେନ୍ଦ୍ର ସରକାର, ଏଥର ବଜେଟରେ କରିଛନ୍ତି କିଛି ବିଶେଷ ବ୍ୟବସ୍ଥା । ୪୫ ଲକ୍ଷ ଟଙ୍କାର ପ୍ରଥମ ଗୃହ ଋଣ କ୍ଷେତ୍ରରେ ଗ୍ରାହକଙ୍କୁ ମିଳିବ ସାଢେ ୩ ଲକ୍ଷ ଟଙ୍କାର ସୁଧ ରିହାତି। ତା’ସହ ସୁଲଭ ଦରରେ ବାସଗୃହ ନିର୍ମାଣ କରୁଥିବା ବିଲଡରଙ୍କୁ ମଧ୍ୟ ଆୟକର ଧାରା ୮୦ ଅନୁସାରେ ରିହାତି ମିଳିବ। ଯାହାଦ୍ୱାରା ସାଧାରଣ ଲୋକଟିଏ ଘର ପାଇବା ସହ ମାନ୍ଦା […]

fd

Tapas Behera
  • Published: Saturday, 06 July 2019
  • , Updated: 06 July 2019, 08:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨ ହଜାର ୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଲକ୍ଷ୍ୟ ରଖିଥିବା କେନ୍ଦ୍ର ସରକାର, ଏଥର ବଜେଟରେ କରିଛନ୍ତି କିଛି ବିଶେଷ ବ୍ୟବସ୍ଥା । ୪୫ ଲକ୍ଷ ଟଙ୍କାର ପ୍ରଥମ ଗୃହ ଋଣ କ୍ଷେତ୍ରରେ ଗ୍ରାହକଙ୍କୁ ମିଳିବ ସାଢେ ୩ ଲକ୍ଷ ଟଙ୍କାର ସୁଧ ରିହାତି। ତା’ସହ ସୁଲଭ ଦରରେ ବାସଗୃହ ନିର୍ମାଣ କରୁଥିବା ବିଲଡରଙ୍କୁ ମଧ୍ୟ ଆୟକର ଧାରା ୮୦ ଅନୁସାରେ ରିହାତି ମିଳିବ। ଯାହାଦ୍ୱାରା ସାଧାରଣ ଲୋକଟିଏ ଘର ପାଇବା ସହ ମାନ୍ଦା ପଡିଥିବା ରିୟଲ ଇଷ୍ଟେଟ୍ ବ୍ୟବସାୟ ବି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ସରକାର ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଯୋଜନାର ରଖିଥିବା ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଉଛି।

ଗୋଟିଏ ପଟେ ବଜେଟରେ ମଧ୍ୟବିତ୍ତଙ୍କ ଲାଗି ପ୍ରଥମ ଘର ବାବଦରେ ସୁଧରେ ରିହାତି ମିଳିଥିବାବେଳେ ଅନ୍ୟପଟେ ଘର ତିଆରି ପାଇଁ ଦରକାର ହେଉଥିବା କେତେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଉପରେ ବଢିଛି ଟିକସ। ଯେମିତିକି ଫ୍ଳୋର୍ ଟାଇଲ୍ ଓ ସୌଖୀନ ମାର୍ବଲ ଭଳି ସାମଗ୍ରୀ। ହେଲେ କୋର୍ ହାଉସ ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ଯେମିତିକି ସିମେଣ୍ଟ, ଛଡ ଓ ଅନ୍ୟାନ୍ୟ ସାମଗ୍ରୀର ଦର କିନ୍ତୁ ଅପରିବର୍ତ୍ତିତ ରହିଛି ।

ଖାଲି ସେତିକି ନୁହେଁ ସୁଲଭ ଦରରେ ବାସଗୃହ ନିର୍ମାଣ କରୁଥିବା ବିଲଡରଙ୍କୁ ମଧ୍ୟ ଆୟକର ଧାରା ୮୦ ଅନୁସାରେ ମଧ୍ୟ ସରକାର ରିହାତି ଦେଇଛନ୍ତି । ବିଲଡର ଓ ଗ୍ରାହକ, ଉଭୟଙ୍କୁ ରିହାତି ମିଳୁଥିବାରୁ ରିୟଲ ଇଷ୍ଟେଟ୍ ବ୍ୟବସାୟ ଆଗକୁ ବଢିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ।

Related story