‘ଫୋନି’ ସହାୟତା ପାଇଁ ଖୋଲିଲା ପୋର୍ଟାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ପରବର୍ତ୍ତୀ ଥଇଥାନ ଲାଗି ଜନସାଧାରଣ ଓ ବିଭିନ୍ନ ସଂସ୍ଥାଠାରୁ ସହାୟତା ରାଶି ସଂଗ୍ରହ ଉଦ୍ଦେଶ୍ୟରେ ନୂଆ ୱେବ୍‌ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ୱେବ୍‌ ପୋର୍ଟାଲ rebuild.odisha.gov.in ଲଞ୍ଚ ହୋଇଛି। ଏହି ପୋର୍ଟାଲ୍‌ ମାଧ୍ୟମରେ ରାଜ୍ୟର ଶକ୍ତି, ଗୃହ, ଶିକ୍ଷା, ଅଙ୍ଗନଓ୍ୱାଡ଼ି, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ଗୋଷ୍ଠୀଗତ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ। ଏହାସହ ଏହିସବୁ ପ୍ରକଳ୍ପର […]

rebuild.odisha.gov.in

Manoranjan Sial
  • Published: Saturday, 11 May 2019
  • , Updated: 11 May 2019, 08:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ପରବର୍ତ୍ତୀ ଥଇଥାନ ଲାଗି ଜନସାଧାରଣ ଓ ବିଭିନ୍ନ ସଂସ୍ଥାଠାରୁ ସହାୟତା ରାଶି ସଂଗ୍ରହ ଉଦ୍ଦେଶ୍ୟରେ ନୂଆ ୱେବ୍‌ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ୱେବ୍‌ ପୋର୍ଟାଲ rebuild.odisha.gov.in ଲଞ୍ଚ ହୋଇଛି। ଏହି ପୋର୍ଟାଲ୍‌ ମାଧ୍ୟମରେ ରାଜ୍ୟର ଶକ୍ତି, ଗୃହ, ଶିକ୍ଷା, ଅଙ୍ଗନଓ୍ୱାଡ଼ି, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ଗୋଷ୍ଠୀଗତ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ। ଏହାସହ ଏହିସବୁ ପ୍ରକଳ୍ପର ଥଇଥାନ ଓ ପୁନରୁତ୍ଥାନ ଲାଗି ପାଣ୍ଠି ସଂଗ୍ରହ କରାଯିବ। ବିଭିନ୍ନ ବ୍ୟକ୍ତିବିଶେଷ, କମ୍ପାନୀ, ସରକାରୀ ଉଦ୍ୟୋଗଗୁଡ଼ିକ ଏହି ପୋର୍ଟାଲ ମାଧ୍ୟମରେ ପାଣ୍ଠି ପ୍ରଦାନ କରିପାରିବେ।

Related story