ରେକର୍ଡ ନିଶା: ବୃହତକାୟ ରିମୋଟ କଣ୍ଟ୍ରୋଲ ତିଆରି କଲେ ସମ୍ବଲପୁରର ଦୁଇଭାଇ

ସମ୍ୱଲପୁର : ସମ୍ୱଲପୁରର ୨ ଭାଇଙ୍କୁ ଘାରିଛି ରେକର୍ଡ ନିଶା। ଗିନିସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ପାଇଁ ସେମାନେ ତିଆରି କରିଛନ୍ତି ଏକ ବୃହତକାୟ ଟିଭି ରିମୋଟ କଣ୍ଟ୍ରୋଲ। ତାହା କାମ କରୁଛି ସାଧାରଣ ଟିଭି ରିମୋଟ କଣ୍ଟ୍ରୋଲ ଭଳି। ପ୍ରାୟ ୭୦ ଦିନ ପରିଶ୍ରମ କରି ଦୁଇ ଭାଇ ତିଆରି କରିଛନ୍ତି ଏହି ରିମୋର୍ଟ। ଏହି ରିମୋର୍ଟ ମାଧ୍ୟମରେ ଟିଭି ସଞ୍ଚାଳିତ ହେଉଛି। ବିଶ୍ୱର ସର୍ବବୃହତ ଟିଭି ରିମୋଟ କଣ୍ଟ୍ରୋଲ ତିଆରି […]

smb

Rakesh Mallick
  • Published: Monday, 21 September 2015
  • , Updated: 21 September 2015, 02:11 PM IST

ସମ୍ୱଲପୁର : ସମ୍ୱଲପୁରର ୨ ଭାଇଙ୍କୁ ଘାରିଛି ରେକର୍ଡ ନିଶା। ଗିନିସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ପାଇଁ ସେମାନେ ତିଆରି କରିଛନ୍ତି ଏକ ବୃହତକାୟ ଟିଭି ରିମୋଟ କଣ୍ଟ୍ରୋଲ। ତାହା କାମ କରୁଛି ସାଧାରଣ ଟିଭି ରିମୋଟ କଣ୍ଟ୍ରୋଲ ଭଳି। ପ୍ରାୟ ୭୦ ଦିନ ପରିଶ୍ରମ କରି ଦୁଇ ଭାଇ ତିଆରି କରିଛନ୍ତି ଏହି ରିମୋର୍ଟ। ଏହି ରିମୋର୍ଟ ମାଧ୍ୟମରେ ଟିଭି ସଞ୍ଚାଳିତ ହେଉଛି। ବିଶ୍ୱର ସର୍ବବୃହତ ଟିଭି ରିମୋଟ କଣ୍ଟ୍ରୋଲ ତିଆରି କରିବାର ନିଶାରେ ଏହି ଯନ୍ତ୍ରଟି ନିର୍ମିତ ହୋଇଛି। ଏହି ଟିଭି ରିମୋଟ କଣ୍ଟ୍ରୋଲ ତିଆରି କରିଛନ୍ତି ସମ୍ୱଲପୁର ସହର ଧନୁପାଲିର ଦୁଇଭାଇ ସୁରଜ ମେହେର ଏବଂ ରାଜେଶ ମେହେର । ଏହି ରିମୋଟଟି ସାଧାରଣ ରିମୋଟ କଣ୍ଟ୍ରୋଲଠାରୁ ୨୩.୬୮ ଗୁଣ ବଡ ବୋଲି ଦୁଇଭାଇ ଦାବି କରିଛନ୍ତି। ଏହାର ଲମ୍ୱ ୪.୫ ମିଟର, ପ୍ରସ୍ଥ୧.୧୮ ମିଟର ଓ ଉଚ୍ଚତା ୭୨ ସେମି ରହିଛି। ଏହାର ବଡି, ସୁଇଚ ବଟମ, ରଙ୍ଗ, ଅକ୍ଷର ଡିଜାଇନ ଓ ନିର୍ମାଣ ଶୈଳୀ ମୂଳ ରିମୋର୍ଟର ଆନୁପାତିକ ସାଇଜର ହୋଇଛି। ଏଥିରେ ସାଧାରଣ ରିମୋର୍ଟ ଭଳି ୨ଟି ବ୍ୟାଟେରୀ ଲାଗିଛି । ଆଜି ସର୍ବସାଧାରଣଙ୍କ ଦେଖିବା ପାଇଁ ଏହାକୁ ପ୍ରଦର୍ଶନ କରାଯାଇଥିଲା । ଏହାକୁ ଦେଖିବାକୁ ବହୁ ଳୋକଙ୍କ ସମାଗମ ହୋଇଥିଲା। ସୂଚନାଯୋଗ୍ୟ ଯେ, ୨୦୧୩ରେ ସୁରଜ ସବୁଠାରୁ କ୍ଷୁଦ୍ର ଟେବୁଲ ଫ୍ୟାନ ତିଆରି କରି ଲିମକା ବୁକ ରେକର୍ଡରେ ସ୍ଥାନ ପାଇଥିଲେ। ସେହି ଫ୍ୟାନର ଉଚ୍ଚତା ୨ ସେ.ମି., ଓସାର ୧.୪ ସେ.ମି. ଓ ଓଜନ ୨.୮ ଗ୍ରାମ ଥିଲା।

ଧନୁପାଲି ଛକରେ ଦୋକାନ କରିଛନ୍ତି ଦୁଇଭାଇ ସୁରଜ ଏବଂ ରାଜେଶ। ସବୁଦିନ ଦୋକାନ କାର୍ଯ୍ୟ ବାଦ ଏହି ଯନ୍ତ୍ରଟିକୁ ତିଆରି କରିବା ପାଇଁ କିଛି କିଛି ସମୟ ଦେଇଥାନ୍ତି। ଦୀଘ୍ର ୬୮ଦିନରେ ସେମାନେ ଏହାକୁ ନିର୍ମାଣ କରିଥିଲେ । ଗିନିସ ବୁକ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ସେମାନଙ୍କ ପରାମର୍ଶ ଅନୁସାରେ ଏହାକୁ ନିର୍ମାଣ କରିଥିବା ସେମାନେ କହିଛନ୍ତି। ତେବେ ଗିନିଜ ବୁକ କର୍ତ୍ତୃପକ୍ଷଙ୍କୁ ସମ୍ୱଲପୁର ଆସିବା ପାଇଁ ଗସ୍ତଖର୍ଚ୍ଚ ପ୍ରାୟ ୭ଲକ୍ଷ ଟଙ୍କ। ଲାଗିବ ଜାଣିବା ପରେ ଏହାର ଭିଡିଓ ଓ ଫଟୋ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ସୁରଜ ଏବଂ ରାଜେଶ ।

Related story