ରେହମନ ସଚିବାଳୟ ଯିବା ଘଟଣା: ତଦନ୍ତ କରିବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ୍ ସଚିବାଳୟ ଆସିଥିଲା କି? ଯଦି ଆସିଥିଲା କେଉଁ ବିଭାଗକୁ ଯାଇଥିଲା? କାହାକୁ ଭେଟିଥିଲା ସେ? କ’ଣ ଥିଲା ଉଦ୍ଦେଶ୍ୟ? ମଦ୍ରାସା ସଂପର୍କିତ କାମ ପାଇଁ ଯାଇଥିଲା ନା ଅନ୍ୟ କିଛି କାମରେ ଯାଇଥିଲା? ରେହମାନ୍ ସଚିବାଳୟକୁ ଯାଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏବେ ଏଇ ସବୁ ପ୍ରଶ୍ନକୁ ନେଇ ସସପେନ୍ସ ଲାଗି ରହିଛି। ରେହମାନ୍ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ବିଭାଗୀୟ […]

debi mishra

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 03:39 PM IST

ଭୁବନେଶ୍ୱର: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ୍ ସଚିବାଳୟ ଆସିଥିଲା କି? ଯଦି ଆସିଥିଲା କେଉଁ ବିଭାଗକୁ ଯାଇଥିଲା? କାହାକୁ ଭେଟିଥିଲା ସେ? କ’ଣ ଥିଲା ଉଦ୍ଦେଶ୍ୟ? ମଦ୍ରାସା ସଂପର୍କିତ କାମ ପାଇଁ ଯାଇଥିଲା ନା ଅନ୍ୟ କିଛି କାମରେ ଯାଇଥିଲା? ରେହମାନ୍ ସଚିବାଳୟକୁ ଯାଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏବେ ଏଇ ସବୁ ପ୍ରଶ୍ନକୁ ନେଇ ସସପେନ୍ସ ଲାଗି ରହିଛି। ରେହମାନ୍ ସ୍କୁଲ ଓ ଗଣଶିକ୍ଷା ବିଭାଗ ଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ବିଭାଗୀୟ ମନ୍ତ୍ରୀ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଅବଦୁର ରେହମାନ ସଚ୍ଚିବାଳୟ ଆସିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ସେ ଗଣମାଧ୍ୟମରୁ ଏ ସଂପର୍କରେ ଜାଣିଲେ। ସେ ଗଣଶିକ୍ଷା ଓ ସ୍ୱାସ୍ଥ୍ୟବିଭାଗକୁ ଆସିଥିବା କୁହାଯାଉଛି। ଏହାର ତଦନ୍ତ କରାଯିବ। ରେହମନ ଗଣଶିକ୍ଷା ବିଭାଗକୁ ଆସିଛି କି ନାହିଁ ତା’ର ତଦନ୍ତ କରିବାକୁ ସେ ବିଭାଗୀୟ ସଚିବଙ୍କୁ କହିବେ। ଯଦି ସେ ଆସିଥିଲା ତା’ହେଲେ କାହା ପାଖକୁ ଆସିଥିଲା, କେଉଁ କାମରେ ଆସିଥିଲା ସେସବୁର ତଦନ୍ତ କରାଯିବ।

ତାଙ୍କୁ କେବେ ରେହମାନ ବ୍ୟକ୍ତିଗତ ଭାବେ ସଚିବାଳୟରେ ଭେଟିଥିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରେ ମନ୍ତ୍ରୀ ମିଶ୍ର କହିଥିଲେ ଯେ ସେଭଳି କୌଣସି ବ୍ୟକ୍ତିଙ୍କୁ ଭେଟିଥିବା ନେଇ ତାଙ୍କର ମନେ ନାହିଁ।

ସେହିପରି ଅବଦୁର ରେହମାନର ବିଜେଡି ନେତାଙ୍କ ସହିତ ସଂପର୍କ ଥିବା ନେଇ ହେଉଥିବା ଆଲୋଚନାକୁ ସେ ଅମୂଳକ ବୋଲି କହିଛନ୍ତି। ସେ କହିଛନ୍ତି, ଏହା ସ୍ପଷ୍ଟ ଯେ ବିଜେଡିର କୌଣସି ସ୍ଥାନରେ କୌଣସି ଆତଙ୍କବାଦୀ ସଂଗଠନ ସହିତ ସଂପର୍କ ନାହିଁ। ସଚିବାଳୟକୁ ବହୁ ଲୋକ ଆସୁଛନ୍ତି। ଯଦି ରେହମାନ କେବେ ସଚ୍ଚିବାଳୟ ଆସିଥିବ ତା’ହେଲେ ତଦନ୍ତ ପରେ ତାହା ସ୍ପଷ୍ଟ ହୋଇଯିବ।

ରେହମାନର ଝାଡଖଣ୍ଡ ଲିଙ୍କ୍ ନେଇ ତନାଘନା ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ ଗଲା ୮ ବର୍ଷ ହେଲା ରେହମାନ୍ ବାରମ୍ୱାର ଝାଡ଼ଖଣ୍ଡ ଯାଉଥିଲା। ଉପାନ୍ତ ଅଂଚଳରୁ ପିଲା ଆଣୁଥିଲା ତାର ମଦ୍ରାସାକୁ। ତେବେ ରେହମାନର ଝାଡ଼ଖଣ୍ଡରେ କାହା ସହିତ ଲିଙ୍କ୍ ରହିଛି, କିଏ ତାକୁ ସେଠାରେ ସହଯୋଗ କରୁଥିଲା, ଓଡ଼ିଶା ଓ ଝାଡ଼ଖଣ୍ଡରେ ତିଆରି ହେଉଥିଲା କି ଅଲକାଏଦାର ନେଟୱର୍କ, ତାହାର ନେତୃତ୍ୱ ରେହମାନ୍ ନେଉଥିଲା ନା ଆଉ କିଏ- ଏସବୁର ତନାଘନା କରୁଛି ପୋଲିସ୍।

Related story