କଟକ ଜିଲ୍ଲାକୁ ହଁ, ସହର ନିରାଶ

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କଟକ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଖୋଲିବ। କିନ୍ତୁ କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବ ନାହିଁ। ସେଠାରେ କେବେ ଧର୍ମାନୁଷ୍ଠାନ ଖୋଲିବ, ସେ ନିଷ୍ପତ୍ତି ସିଏମ୍‌ସି ନେବ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି। ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ରେ ଧର୍ମାନୁଷ୍ଠାନ ଖୋଲିବାକୁ ଏସ୍‌ଆର୍‌ସି ଅନୁମତି ଦେଇଛନ୍ତି। ସେଥିପାଇଁ ସବୁ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଥିଲେ ଏସ୍‌ଆର୍‌ସି। ବିଭିନ୍ନ ବିଭାଗ ସହ ଆଲୋଚନା ପରେ ଜିଲ୍ଲାରେ କାଲିଠାରୁ […]

Chandi-Temple

Manoranjan Sial
  • Published: Tuesday, 03 August 2021
  • , Updated: 03 August 2021, 06:28 PM IST

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କଟକ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଖୋଲିବ। କିନ୍ତୁ କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବ ନାହିଁ। ସେଠାରେ କେବେ ଧର୍ମାନୁଷ୍ଠାନ ଖୋଲିବ, ସେ ନିଷ୍ପତ୍ତି ସିଏମ୍‌ସି ନେବ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି।

ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ରେ ଧର୍ମାନୁଷ୍ଠାନ ଖୋଲିବାକୁ ଏସ୍‌ଆର୍‌ସି ଅନୁମତି ଦେଇଛନ୍ତି। ସେଥିପାଇଁ ସବୁ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଥିଲେ ଏସ୍‌ଆର୍‌ସି। ବିଭିନ୍ନ ବିଭାଗ ସହ ଆଲୋଚନା ପରେ ଜିଲ୍ଲାରେ କାଲିଠାରୁ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି।

ସେ କହିଛନ୍ତି, ଆସନ୍ତାକାଲିଠାରୁ କଟକ ସହର ବ୍ୟତୀତ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବ। ମନ୍ଦିର ପରିସରରେ କୌଣସି ଭିଡକୁ ପ୍ରଶୟ ଦିଆଯିବ ନାହିଁ। କୌଣସି ପ୍ରକାରର ଭୋଜି ଅବା ଜାନିଯାତ୍ରା ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

ତେବେ କଟକ ସହରରେ ଧର୍ମାନୁଷ୍ଠାନ ଖୋଲାଯିବ କି ନାହିଁ ସେ ନିଷ୍ପତ୍ତି ସିଏମ୍‌ସି କମିଶନର ନେବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିପାଇଁ ଆସନ୍ତାକାଲି କଟକର ସମସ୍ତ ପୂଜା କମିଟି ସହିତ ବିଭିନ୍ନ ଧର୍ମାନୁଷ୍ଠାନର କମିଟିକୁ ନେଇ ସିଏମ୍‌ସି କମିଶନର ବୈଠକ କରିବେ। ବୈଠକ ପରେ ମନ୍ଦିର କିପରି ଓ କେଉଁ କଟକଣା ଭିତରେ ଖୋଲାଯିବ ତାହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସେପଟେ କାଲିଠୁ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ବ୍ୟତୀତ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଗୁପ୍ତେଶ୍ୱର ମନ୍ଦିର ଶ୍ରାବଣ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ। କୌଣସି ଶିବାଳୟରେ କାଉଡ଼ିଆଙ୍କ ଜଳଲାଗି ପାଇଁ ଅନୁମତି ଦିଆଯିବ ନାହିଁ। କୋଭିଡ୍‌ କଟକଣା ମଧ୍ୟରେ ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲା ପ୍ରଶାସନ।

Related story