ଜାନୁଆରୀ ୩ରୁ ଖୋଲିବ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୮ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ଧାର୍ମିକ ଅନୁଷ୍ଠାନ ପୁଣିଥରେ ଖୋଲିବ। ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।ସେହିପରି ଆସନ୍ତା ୨୫ ତାରିଖରେ ବଡ଼ଦିନ ଅବସରରେ ଚର୍ଚ୍ଚ ଖୋଲିବା ପାଇଁ ସ୍ୱତନ୍ତ୍ର ଅନୁମତି ମିଳିବ ବୋଲି କହିଛନ୍ତି ବିଏମସି କମିଶନର। ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ କିଛି ସର୍ତ୍ତ ରଖାଯାଇଛି। ଧାର୍ମିକ ଅନୁଷ୍ଠାନ ଖୋଲିବା […]

temple

Ranjit Kumar Jena
  • Published: Tuesday, 15 December 2020
  • , Updated: 15 December 2020, 06:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୮ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ଧାର୍ମିକ ଅନୁଷ୍ଠାନ ପୁଣିଥରେ ଖୋଲିବ। ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।ସେହିପରି ଆସନ୍ତା ୨୫ ତାରିଖରେ ବଡ଼ଦିନ ଅବସରରେ ଚର୍ଚ୍ଚ ଖୋଲିବା ପାଇଁ ସ୍ୱତନ୍ତ୍ର ଅନୁମତି ମିଳିବ ବୋଲି କହିଛନ୍ତି ବିଏମସି କମିଶନର।

ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ କିଛି ସର୍ତ୍ତ ରଖାଯାଇଛି। ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ କମିଟିଗୁଡ଼ିକୁ କୋଭିଡ୍ ଗାଇଡଲାଇନ୍ ସୁନିଶ୍ଚିତ କରିବାକୁ ପଡ଼ିବ। ଏହାସହ କମିଟି ଗୁଡ଼ିକ ବିଏମସିକୁ ଏକ ଅଣ୍ଡରଟେକିଂ ଦେବେ। ଯେଉଁଥିରେ ସେମାନେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସମସ୍ତ ପ୍ରକ୍ରିୟା ଉଲ୍ଲେଖ କରିବେ, ଯେପରି ପରିସର ଭିତରେ ଏକାଥରରେ କେତେ ଲୋକଙ୍କୁ ଅନୁମତି ମିଳିବ।

ଏହି ଅଣ୍ଡରଟେକିଂ ଆଧାରରେ ବିଏମସି ସେମାନଙ୍କୁ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେବ। ତା'ଛଡ଼ା ଅନୁଷ୍ଠାନ ପରିସର ଭିତରକୁ ସଠିକ୍ ଭାବେ ସାନିଟାଇଜ୍ କରାଯାଇଛି କି ନାହିଁ, ତାହା ବିଏମସି ତଦାରଖ କରିବ।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକଡାଉନ୍ ଓ ସଟଡାଉନ୍ କରାଯାଇଥିଲା। ଯେଉଁକାରଠାରୁ ମାର୍ଚ୍ଚ ମାସରୁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ତେବେ କେନ୍ଦ୍ର ସରକାର ବହୁ ଆଗରୁ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ଅନୁମତି ଦେଇସାରିଛନ୍ତି। ଏପରିକି କେନ୍ଦ୍ର ସରକାର ଧାର୍ମିକ ଅନୁଷ୍ଠାନ ଖୋଲିବା ରାଜ୍ୟଗୁଡ଼ିକ ଉପରେ ଛାଡ଼ି ଦେଇଥିଲେ।

Related story