ରେଞ୍ଜଡ଼ା ରେଲୱ ସାଇଡିଂରେ ଖଣିଜଦ୍ରବ୍ୟ ପୋତା ଘଟଣା: ବିଜେପି କହିଲା ବିଜେଡି ନେତାଙ୍କ ସଂପୃକ୍ତି ରହିଛି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ରେଞ୍ଜଡା ରେଲୱ ସାଇଡିଂରେ ଖଣିଜଦ୍ରବ୍ୟ ପୋତାହେବା ଘଟଣାରେ ବିଜେଡି ନେତାଙ୍କ ସଂପୃକ୍ତି ଅଭିଯୋଗ ଆଣିଛି ବିଜେପି। ଦଳର ରାଜ୍ୟ ସଭାପତି କନକବର୍ଦ୍ଧନ ସିଂ ଦେଓଙ୍କ ନେତୃତ୍ୱରେ ରେଞ୍ଜଡା ଯାଇଥିବା ତଥ୍ୟ ଅନୁସନ୍ଧାନକାରୀ ଦଳ ଭୁବନେଶ୍ୱର ଫେରିବା ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛି। ତା’ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ରେଞ୍ଜଡାର ରେଲୱେ ସାଇଡିଂ ନିକଟ ୨ ଇଞ୍ଚ୍ ମାଟି ତଳେ ୩୦ ହଜାର ମେଟ୍ରିକ୍ ଟନ ଖଣିଜ […]

kv

Rakesh Mallick
  • Published: Wednesday, 14 October 2015
  • , Updated: 14 October 2015, 02:56 PM IST

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ରେଞ୍ଜଡା ରେଲୱ ସାଇଡିଂରେ ଖଣିଜଦ୍ରବ୍ୟ ପୋତାହେବା ଘଟଣାରେ ବିଜେଡି ନେତାଙ୍କ ସଂପୃକ୍ତି ଅଭିଯୋଗ ଆଣିଛି ବିଜେପି। ଦଳର ରାଜ୍ୟ ସଭାପତି କନକବର୍ଦ୍ଧନ ସିଂ ଦେଓଙ୍କ ନେତୃତ୍ୱରେ ରେଞ୍ଜଡା ଯାଇଥିବା ତଥ୍ୟ ଅନୁସନ୍ଧାନକାରୀ ଦଳ ଭୁବନେଶ୍ୱର ଫେରିବା ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛି। ତା’ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ରେଞ୍ଜଡାର ରେଲୱେ ସାଇଡିଂ ନିକଟ ୨ ଇଞ୍ଚ୍ ମାଟି ତଳେ ୩୦ ହଜାର ମେଟ୍ରିକ୍ ଟନ ଖଣିଜ ଦ୍ରବ୍ୟ ପୋତାହୋଇ ଚୋରା ଚାଲାଣ ହେଉଥିବା ବିଜେପି ଅଭିଯୋଗ କିରଛି। ‌ଅନ୍ୟପକ୍ଷରେ ଖଣି ମନ୍ତ୍ରୀ କହିଛନ୍ତି ରେଲୱେ ସାଇଡିଂରୁ ମିଳିଥିବା ଖଣିଜ ପଦାର୍ଥର ପରିମାଣ ବହୁତ କମ୍। ଏଥିରେ ୩୫ରୁ ୩୮ ପ୍ରତିଶତ ଆଇରନ୍ ଓର ଅଛି।

Related story