ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚାଇନାର ଉହାମ୍ ଇଞ୍ଜିନିୟରିଂ କମ୍ପାନୀ କରିବ ତାଳଚେର ସାର କାରଖାନାର ପୁନରୁଦ୍ଧାର। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚାଇନାର ଏହି କମ୍ପାନୀକୁ ଓ୍ୱାର୍କ ଅର୍ଡର ଦିଆଯାଇଛି । ତାଳଚେର ଫର୍ଟିଲାଇଜର ଲିମିଡେଟର କୋଇଲା ବାଷ୍ପିକରଣ ଆଧାରିତ ୟୁରିଆ ଉତ୍ପାଦନ ପ୍ରକଳ୍ପ ଅଧୀନରେ ପୁନରୁଦ୍ଧାର କାମ କରାଯିବ ।
ଆସନ୍ତା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ଲାଣ୍ଟ ଜରିଆରେ ବର୍ଷକୁ ୧.୨୭ ମିଲିୟନ ଟନ ୟୁରିଆ ଉତ୍ପାଦନ କରାଯିବ। ଏହି ପୁନଃରୁଦ୍ଧାର କାମରେ ୧୩ ହଜାର କୋଟି ଟଙ୍କା ନିବେଶ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ବ୍ୟତୀତ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା, ରାଜ୍ୟ ସରକାରଙ୍କ ତରଫରୁ ଆବାସିକ କମିଶନର ତୁହିନକାନ୍ତ ପାଣ୍ଡେଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମିଲିଟାରୀ ଅଞ୍ଚଳରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ଦୁଷ୍କର୍ମ ଅଭିଯୋଗ
ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିଲେ। ବାପା ମା’ ରାତି ତମାମ ନିଖୋଜ ଝିଅକୁ ଖୋଜିଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନଥିଲେ।
National
୩୫୦ ଫୁଟ ତଳକୁ ଖସିଲା ସେନା ଗାଡ଼ି, ୫ ଯବାନ ମୃତ
ବର୍ତ୍ତମାନ ସୁଦ୍ଧା ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
Politics
ଅନାସ୍ଥା ପ୍ରସ୍ତାବକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ: କହିଲେ- ବାଇପାସ ସର୍ଜରୀ ପାଇଁ ପରିବାର କଟା ଛୁରୀ
ଆଜି ପ୍ରଥମଥର ପାଇଁ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ଅନାସ୍ଥା ପ୍ରସ୍ତାବ ଉପରେ ମୁହଁ ଖୋଲିଛନ୍ତି।
National
ଆମ୍ବେଦକର ବିବାଦ: ରଣକ୍ଷେତ୍ର ପାଲଟିଲା ପୌରପାଳିକାର ବୈଠକ
ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀ ପ୍ରସଙ୍ଗ ପୌରପାଳିକା ବୈଠକରେ ଉଠିଥିଲା।
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହେବେ କଂଗ୍ରେସର ଅଳକା ଲାମ୍ବା
କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭ ଜଣଙ୍କ ମଧ୍ୟରେ ଅଳକା ଲାମ୍ବାଙ୍କ ନାଁ ରହିଛି।