ସମ୍ବଲପୁର (ଓଡ଼ିଶା ରିପୋର୍ଟର) ସମ୍ବଲପୁର ସରକାରୀ ହୋମିଓପାଥି କଲେଜରେ ରାଗିଂ ଅଭିଯୋଗ ଘଟଣାର ତଦନ୍ତ କରି କଲେଜ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି। ଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ସେଲ୍, ଆୟୁଷ ମନ୍ତ୍ରଣାଳୟ, ସମ୍ବଲପୁର ଜିଲ୍ଲାପାଳ ଓ ଏସିପଙ୍କୁ ରିପୋର୍ଟ ପ୍ରଦାନ କରିଛି ହୋମିଓପାଥି କଲେଜର ଆଣ୍ଟି ରାଗିଂ ସେଲ୍ ।
୪ ଜଣ ଛାତ୍ରୀ ସେମାନଙ୍କୁ ଛାତ୍ରୀ ନିବାସରେ ରାଗିଂ କରାଯାଇଥିବା ନେଇ ଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ହେଲ୍ପ ଲାଇନକୁ ଫୋନ୍ ଯୋଗେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଗତ ୧ ତାରିଖରେ ୫ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କୁ ଘଟଣା ସଂପର୍କରେ ପଚରାଉଚରା କରାଯିବା ସହ ସେମାନଙ୍କଠାରୁ ଲିଖିତ ବୟାନ ସଂଗ୍ରହ କରାଯାଇଥିଲା।
ତେବେ କଲେଜ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଅଭିଯୋଗର ସତ୍ୟାସତ୍ୟ ଥିଲେ କାଯର୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ କହିଥିଲେ କଲେଜ ଅଧ୍ୟକ୍ଷ । ହେଲେ ଅଭିଯୋଗର ସତ୍ୟାସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବରୁ କହିଥିଲେ କଲେଜ ଅଧ୍ୟକ୍ଷ ।