ରାଜଧାନୀରେ ସାଧାରଣତନ୍ତ୍ର ଦିବସ

<p>ଭୁବନେଶ୍ୱର: ୬୯ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ପରେଡ୍, ଦୁଃସାହସିକ ବାଇକ୍ ଚାଳନା ଏବଂ ପାରମ୍ପାରିକ ଲୋକନୃତ୍ୟର ଝଲକ ଦେଖିବାକୁ ମିଳିଥିଲା। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଏସ୍.ସି. ଜମିର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ସହିତ ସେ ମିଳିତ ପରେଡ୍&zwnj;ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ପରେଡରେ ଏଥର ମୋଟ ୫୮ଟି କଣ୍ଟିନଜେଣ୍ଟ୍ ଓ ୮ଟି ପ୍ରଜ୍ଞାପନ ମେଢ଼ ଭାଗ ନେଇଥିଲେ।</p> <p>ବାଇକ୍&zwnj;ରେ ଛାତ୍ରୀମାନଙ୍କ ଚିତ୍ତାକର୍ଷକ ଡେୟାର୍ ଡେଭିଲ୍ ଶୋ&rsquo; ଦର୍ଶକଙ୍କୁ ଚକିତ କରିଦେଇଥିଲା।&nbsp; ଚଳିତବର୍ଷ ପ୍ରଥମ ଥର ପାଇଁ ୩୩ଜଣ କର୍ମଚାରୀଙ୍କୁ ନେଇ ଅଗ୍ନିଶମ ବାହିନୀର ବ୍ୟାଣ୍ଡ୍ ଭାଗ ନେଇଥିଲା।&nbsp; ସୁରକ୍ଷା ଦୃଷ୍ଟିରୁ ମହାତ୍ମାଗାନ୍ଧୀ ମାର୍ଗକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯିବା ସହ ୨୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ।&nbsp; ସିସିଟିଭି କ୍ୟାମେରା, ଆଣ୍ଟି ବମ୍ ସ୍କ୍ୱାଡ୍ &nbsp;ସହ ପରେଡ୍ ବେଳେ ୧୫୦ରୁ ଅଧିକ ଅଫିସର ନିୟୋଜିତ ହୋଇଥିଲେ।</p>

Ordigital Desk
  • Published: Friday, 26 January 2018
  • Updated: 26 January 2018, 01:50 PM IST

Sports

Latest News

<p>ଭୁବନେଶ୍ୱର: ୬୯ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ପରେଡ୍, ଦୁଃସାହସିକ ବାଇକ୍ ଚାଳନା ଏବଂ ପାରମ୍ପାରିକ ଲୋକନୃତ୍ୟର ଝଲକ ଦେଖିବାକୁ ମିଳିଥିଲା। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଏସ୍.ସି. ଜମିର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ସହିତ ସେ ମିଳିତ ପରେଡ୍&zwnj;ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ପରେଡରେ ଏଥର ମୋଟ ୫୮ଟି କଣ୍ଟିନଜେଣ୍ଟ୍ ଓ ୮ଟି ପ୍ରଜ୍ଞାପନ ମେଢ଼ ଭାଗ ନେଇଥିଲେ।</p><p>ବାଇକ୍&zwnj;ରେ ଛାତ୍ରୀମାନଙ୍କ ଚିତ୍ତାକର୍ଷକ ଡେୟାର୍ ଡେଭିଲ୍ ଶୋ&rsquo; ଦର୍ଶକଙ୍କୁ ଚକିତ କରିଦେଇଥିଲା।&nbsp; ଚଳିତବର୍ଷ ପ୍ରଥମ ଥର ପାଇଁ ୩୩ଜଣ କର୍ମଚାରୀଙ୍କୁ ନେଇ ଅଗ୍ନିଶମ ବାହିନୀର ବ୍ୟାଣ୍ଡ୍ ଭାଗ ନେଇଥିଲା।&nbsp; ସୁରକ୍ଷା ଦୃଷ୍ଟିରୁ ମହାତ୍ମାଗାନ୍ଧୀ ମାର୍ଗକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯିବା ସହ ୨୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ।&nbsp; ସିସିଟିଭି କ୍ୟାମେରା, ଆଣ୍ଟି ବମ୍ ସ୍କ୍ୱାଡ୍ &nbsp;ସହ ପରେଡ୍ ବେଳେ ୧୫୦ରୁ ଅଧିକ ଅଫିସର ନିୟୋଜିତ ହୋଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos