ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ମହାତ୍ମାଗାନ୍ଧୀ ମାର୍ଗ: ଜଗିବେ ୨୫ ପ୍ଲାଟୁନ୍‌ ଫୋର୍ସ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସ୍ତରୀୟ ସାଧାରଣନ୍ତ୍ର ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ନିୟୋଜିତ ହୋଇଛନ୍ତି ୨୫ ପ୍ଲାଟୁନ ଫୋର୍ସ। ଆପାତକାଳୀନ ପରିସ୍ଥିତି ପାଇଁ ପ୍ରଥମ ଥର ଭୁବନେଶ୍ୱରରେ ମୁତୟନ ହେବେ ଜାତୀୟ ନିରାପତ୍ତା ବାହିନୀ (ଏନ୍&zwnj;ଏସ୍&zwnj;ଜି)। ସୁରକ୍ଷା ଦୃଷ୍ଟି କୋଣରୁ ସେମାନଙ୍କୁ ଷ୍ଟାଣ୍ଡ ବାଏରେ ରଖାଯାଇଛି। ଯଦିଓ ସେପରି କୌଣସି ଅପ୍ରୀତିକର ପରିସ୍ଥିତି ନେଇ ଗୁଇନ୍ଦା ସୂଚନା ନଥିବା ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ତଥାପି ପରେଡ୍ ବେଳେ ଏନ୍&zwnj;ଏସ୍&zwnj;ଜି ମୁତୟନ ବହୁ ଗୁରୁତ୍ୱ ବହନ କରୁଛି। ତେବେ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ମହାତ୍ମାଗାନ୍ଧୀ ମାର୍ଗ। ସିସିଟିଭି ସ୍କାନରରେ ପୂରା ପରେଡ୍&zwnj; ସ୍ଥଳ ରହିବ। କୁଇକ୍ ଆକ୍&zwnj;ସନ ଟିମ୍ ମୁତୟନ ରହିବ। ଆଣ୍ଟି ବମ ସ୍କ୍ୱାଡ୍, ରୁଫଟପ୍&zwnj; ସିକ୍ୟୁରିଟ ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷାକୁ କଡ଼ାକଡି କରାଯାଇଛି। ପରେଡ୍&zwnj; ବେଳେ ୧୫୦ରୁ ଅଧିକ ପୋଲିସ ଅଫିସର ନିୟୋଜିତ ରହିବେ। ଚଳିତ ଥର ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ଏସ.ସି. ଜମିର ଅଭିବାଦନ ଗ୍ରହଣ କରିବେ। ମୋଟ ୭୬ଟି ଟ୍ରୁପ, ୭ଟି ପ୍ରଜ୍ଞାପନ ମେଢ ଓ&nbsp; ବିଭିନ୍ନ ଦଳ ପକ୍ଷରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି।</p>

Ordigital Desk
  • Published: Tuesday, 23 January 2018
  • Updated: 23 January 2018, 07:37 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos