ମନ ଜିଣିଲା ଡେୟାର୍ ଡେଭିଲ୍ସ ସୋ, ପ୍ରଜ୍ଞାପନ ମେଢ଼ରେ ଓଡ଼ିଶାର ରୁକୁଣା ରଥ

ଭୁବନେଶ୍ୱର/ନୂଆଦିଲ୍ଲୀ(ଭୁବନେଶ୍ୱର): ନୂଆଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶା ପକ୍ଷରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ପାରମ୍ପରିକ କଳାକୃତୀ ଓ ଓଡ଼ିଆ ସଂସ୍କୃତିକୁ ନେଇ ହୋଇଥିବା ପ୍ରଜ୍ଞାପନ ମେଢ଼ ଏଥର ରାଜପଥରେ ଗଡ଼ିଛି । ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତୀ ଭାବେ ଏହି ପ୍ରଜ୍ଞାପନ ମେଢ଼ କରାଯାଇଛି। ଏହାସହ ମେଢ଼ରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଛି। ଏହାସହ ମେଢ଼ କଡ଼ରେ ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରୁ ୩୦ ଜଣ କଳାକାର ନୃତ୍ୟ ଓ […]

6890

Tapas Behera
  • Published: Sunday, 26 January 2020
  • , Updated: 26 January 2020, 03:18 PM IST

ଭୁବନେଶ୍ୱର/ନୂଆଦିଲ୍ଲୀ(ଭୁବନେଶ୍ୱର): ନୂଆଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶା ପକ୍ଷରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ପାରମ୍ପରିକ କଳାକୃତୀ ଓ ଓଡ଼ିଆ ସଂସ୍କୃତିକୁ ନେଇ ହୋଇଥିବା ପ୍ରଜ୍ଞାପନ ମେଢ଼ ଏଥର ରାଜପଥରେ ଗଡ଼ିଛି । ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତୀ ଭାବେ ଏହି ପ୍ରଜ୍ଞାପନ ମେଢ଼ କରାଯାଇଛି। ଏହାସହ ମେଢ଼ରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଛି।

ଏହାସହ ମେଢ଼ କଡ଼ରେ ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରୁ ୩୦ ଜଣ କଳାକାର ନୃତ୍ୟ ଓ ସଂଗୀତ ପରିବେଷଣ କରିଛନ୍ତି। ପ୍ରତିଷ୍ଠିତ ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡ଼େମୀର ସଚିବ  ଗଜେନ୍ଦ୍ର ସାହୁ ଓ ଛତ୍ରପତି ବିଶ୍ୱାଳ ମେଢ଼ ସଜାଇଥିଲେ। ଓଡ଼ିଶାର ଏହି ମହାନ ଐତିହ୍ୟ ରାଜପଥରେ ଗଢୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପତ୍ନୀ ନିଜ ଆସନରେ ଛିଡ଼ା ହୋଇ କରତାଳି କରିଥିଲେ।

Related story