ରେରା ନିୟମାବଳୀ-୨୦୧୭ରେ ସଂଶୋଧନ, ଏଣିକି ହୋଇପାରିବ ଆପାର୍ଟମେଂଟ କିଣାବିକା

ଭୁବନେଶ୍ବର : ଅଗଷ୍ଟ ୫ ତାରିଖରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ରାଜ୍ୟରେ ଆପାର୍ଟମେଂଟ ଖରିଦ-ବିକ୍ରିରେ ରୋକ ଲାଗିଯାଇଥିଲା। ରାଜ୍ୟ ସରକାର ଏବେ ରେରା ନିୟମାବଳୀ-୨୦୧୭ରେ ସଂଶୋଧନ ଆଣି ବିଜ୍ଞପ୍ତି ପ୍ରକାଶ କରିଥିବାରୁ ପୁଣି ଥରେ ଫ୍ଲାଟ କିଣାବିକା ହୋଇପାରିବ। ତେବେ ପ୍ରମୋଟରମାନେ ଓରେରା (ଓଡ଼ିଶା ରିଏଲ ଇଷ୍ଟେଟ ଅଥରିଟି)ଙ୍କ ନିୟମ ପୂରଣ ନ କରି ଫ୍ଲାଟ ବା ଆପାର୍ଟମେଂଟ କିଣା-ବିକା କରିପାରିବେ ନାହିଁ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରେରା ନିୟମାବଳୀ-୨୦୧୭କୁ […]

building

Ordigital Desk
  • Published: Tuesday, 13 September 2022
  • , Updated: 13 September 2022, 02:09 PM IST

ଭୁବନେଶ୍ବର : ଅଗଷ୍ଟ ୫ ତାରିଖରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ରାଜ୍ୟରେ ଆପାର୍ଟମେଂଟ ଖରିଦ-ବିକ୍ରିରେ ରୋକ ଲାଗିଯାଇଥିଲା। ରାଜ୍ୟ ସରକାର ଏବେ ରେରା ନିୟମାବଳୀ-୨୦୧୭ରେ ସଂଶୋଧନ ଆଣି ବିଜ୍ଞପ୍ତି ପ୍ରକାଶ କରିଥିବାରୁ ପୁଣି ଥରେ ଫ୍ଲାଟ କିଣାବିକା ହୋଇପାରିବ। ତେବେ ପ୍ରମୋଟରମାନେ ଓରେରା (ଓଡ଼ିଶା ରିଏଲ ଇଷ୍ଟେଟ ଅଥରିଟି)ଙ୍କ ନିୟମ ପୂରଣ ନ କରି ଫ୍ଲାଟ ବା ଆପାର୍ଟମେଂଟ କିଣା-ବିକା କରିପାରିବେ ନାହିଁ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରେରା ନିୟମାବଳୀ-୨୦୧୭କୁ ଅଧିକ ସୁସଂଗତ କରାଯାଇଛି। ଏ ନେଇ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୨ ତାରିଖରେ ସଂଶୋଧିତ ନିୟାମାବଳୀ-୨୦୨୨ ଗେଜେଟ ବିଜ୍ଞପ୍ତି ପ୍ରକାଶିତ ହୋଇଛି।

ଓଡ଼ିଶା ରିଅଲ ଇଷ୍ଟେଟ୍‌ (ନିୟମାବଳୀ ଏବଂ ବିକାଶ) ସଂଶୋଧିତ ନିୟମ-୨୦୨୨ରେ ଗ୍ରାହକଙ୍କ ପାଇଁ ବ୍ୟାପକ ସୁବିଧା କରାଯାଇଛି। ଯେପରି ରିଅଲ ଇଷ୍ଟେଟ୍‌ ସଂସ୍ଥା କ୍ରେତାଙ୍କୁ ଅତିରିକ୍ତ ଦେୟ ଚାର୍ଜ କରି ଠକି ପାରିବେନି ସେନେଇ ନିୟମରେ ସଂଶୋଧନ ଅଣାଯାଇଛି। ସେମାନେ ଘର ବା ପ୍ରକଳ୍ପ ତିଆରି ପରେ କୌଣସି ଡେଭଲପମେଣ୍ଟ ଚାର୍ଜ ନେଇପାରିବେ ନାହିଁ। ରିଅଲଇଷ୍ଟେଟ୍ ସଂସ୍ଥା ଘରର ନିର୍ମାଣ ଖର୍ଚ୍ଚ, ଟିକସକୁ ମିଶାଇ ଘରର ମୂଲ୍ୟ ଧାର୍ଯ୍ୟ କରିବେ।

[caption id="attachment_766134" align="aligncenter" width="650"] ସଂଶୋଧିତ ନିୟାମାବଳୀ-୨୦୨୨ ଗେଜେଟ ।[/caption]

ଆପାର୍ଟମେଣ୍ଟରେ ସର୍ବସାଧାରଣ ବ୍ୟବହାର ପାଇଁ ଥିବା ଅଞ୍ଚଳଗୁଡ଼ିକୁ ବିଲଡର ଅଲଗା କରି ବିକି ପାରିବେ ନାହିଁ।  ଆପାର୍ଟମେଣ୍ଟ ତିଆରି ପରେ ସର୍ବସାଧାରଣ ଅଂଚଳକୁ କ୍ରେତାମାନଙ୍କ ଆସୋସିଏନକୁ ହସ୍ତାନ୍ତର କରିବେ। ଅକୁପାନ୍ସି ସାର୍ଟିଫିକେଟ୍ ପାଇବାର ୩୦ ଦିନ ଭିତରେ ପ୍ରମୋଟର ସର୍ବସାଧାରଣ ସ୍ଥାନକୁ ଘର କ୍ରେତାଙ୍କ ଦ୍ବାରା ଗଠନ ହୋଇଥିବା ଆସୋସିଏନକୁ ହସ୍ତାନ୍ତର କରିବେ। ଘର/ଜମି କିଣିବା ପାଇଁ ଯିଏ ବୁକିଂ କରିଥିବେ ‌ସିଏ ଘର କାମ ବୁଲିକି ଦେଖିପାରିବେ।

ସୂଚନାଯୋଗ୍ୟ, `ଓଡ଼ିଶା ରିପୋର୍ଟର’ ପକ୍ଷରୁ ସେପ୍ଟେମ୍ବର ୬ ତାରିଖରେ ‘ଜମି ବିକ ନେହେଲେ ବାଟ ବନ୍ଦ’ ଶୀର୍ଷକରେ ଏକ ଖବର ପ୍ରସାରଣ ହେବା ସହ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଓରେରାର ବିନା ଅନୁମତିରେ ଫ୍ଲାଟ ବିକ୍ରି କଥା ଉଲ୍ଲେଖ କରାଯିବା ସହ ଗ୍ରାହକ ଓ ଜମି ମାଲିକ କିଭଳି ଶୋଷଣ ଶିକାର ହେଉଛନ୍ତି ଦର୍ଶାଯାଇଥିଲା। କଟକରେ ଅବସ୍ଥାପିତ ରାଜସ୍ବ ବିଭାଗର ମହାନୀରକ୍ଷିକ ଜ୍ୟୋତି ପ୍ରକାଶ ଦାସ କହିଥିଲେ ହାଇକୋର୍ଟଙ୍କ ରାୟ ପରେ ସରକାରୀ ସ୍ତରରେ ଏହାର ତ୍ବରିତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।

Related story