କୁଶଭଦ୍ରାରେ ବୁଡ଼ିଗଲେ ୩ ସାଙ୍ଗ, ଖୋଜୁଛନ୍ତି ଉଦ୍ଧାରକାରୀ ଦଳ

କୋଣାର୍କ (ସଞ୍ଜୟ ପତି): ତିନି ସାଙ୍ଗ କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇଥିବା ଜଣାପଡ଼ିଛି। ଆଜି ଏପରି ଘଟଣା ପୁରୀ ଜିଲ୍ଲା ନିମାପଡ଼ାରେ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ। ନିମାପଡ଼ା ଅଟୋନମସ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନରେ ପଢ଼ୁଥିବା ଜ୍ୟୋତିରଞ୍ଜନ ସାହୁ ଆଜି ତାଙ୍କ ସାଙ୍ଗ ତେଜେଶ୍ୱର ମହାନ୍ତି ଏବଂ ଆଉ ଜଣଙ୍କ ସହ ଗାଧୋଇବା ପାଇଁ କୁଶଭଦ୍ରା […]

rescue-op-on-to-trace-three-friends-who-drownrd-in-kushabhadra-river

Manoranjan Sial
  • Published: Tuesday, 16 April 2019
  • , Updated: 16 April 2019, 06:28 PM IST

କୋଣାର୍କ (ସଞ୍ଜୟ ପତି): ତିନି ସାଙ୍ଗ କୁଶଭଦ୍ରା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇଥିବା ଜଣାପଡ଼ିଛି। ଆଜି ଏପରି ଘଟଣା ପୁରୀ ଜିଲ୍ଲା ନିମାପଡ଼ାରେ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ।

ନିମାପଡ଼ା ଅଟୋନମସ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନରେ ପଢ଼ୁଥିବା ଜ୍ୟୋତିରଞ୍ଜନ ସାହୁ ଆଜି ତାଙ୍କ ସାଙ୍ଗ ତେଜେଶ୍ୱର ମହାନ୍ତି ଏବଂ ଆଉ ଜଣଙ୍କ ସହ ଗାଧୋଇବା ପାଇଁ କୁଶଭଦ୍ରା ନଦୀର ଧୀରପୁର ଘାଟକୁ ଯାଇଥିଲେ। ଗାଧୋଇବା ବେଳେ ୩ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏନେଇ ନିମାପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ବିଭାଗର କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ନଦୀରେ ସେମାନଙ୍କୁ ଖୋଜିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା। ତେବେ ନଦୀ କୂଳରୁ ସେମାନଙ୍କ ପୋଷାକ ଓ ୩ଟି ମୋବାଇଲ ଉଦ୍ଧାର ହୋଇଛି। ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Related story