ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ହାଇସ୍କୁଲରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ସ୍ଥାନ ସଂରକ୍ଷଣ ଦେବା ନିମନ୍ତେ ବିଜେଡି ରାଜ୍ୟ ପରିଷଦରେ ପ୍ରସ୍ତାବ ପାରିତ ହୋଇଛି। ଆଉ ଏହି ପ୍ରସ୍ତାବକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ମଧ୍ୟ କରିଛନ୍ତି। ଆଉ ଏହି ପାରିତ ପ୍ରସ୍ତାବକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ସରକାରୀ ହାଇସ୍କୁଲରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖାରେ ୧୦ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବା ନିମନ୍ତେ ଏକ ପ୍ରସ୍ତାବ ଦଳର ରାଜ୍ୟ ପରିଷଦ ବୈଠକରେ ପାରିତ ହୋଇଛି। ଏହି ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହା ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।
Crime
୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ମିଛ ଚିଠି ଦେଖାଇଥିଲେ, ଭାଙ୍ଗିପାରେ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ୱର ଘାଟିକିଆ ମୌଜାର ଖାତା ନଂ 2333ର ପ୍ଲଟ ନଂ 1215 ଉପରେଥିବା ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ହୋଇଛି। ଏହା ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ନଭେମ୍ବର ମାସ 21 ତାରିଖରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରୀ କରିଥିଲେ।
Miscellaneous
ରୁଷରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି ବିକେ ସୁଧାରାଣୀ; ସମ୍ମାନିତ କଲେ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀଙ୍କ ଟାକ୍ସ ‘ପରବର୍ତ୍ତୀ ସମୟରେ ଆଉ ୫ ଜଣଙ୍କୁ ସାଥୀରେ ଆଣିବାକୁ’ ନେଇ ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି, ନିଶ୍ଚିତ ଭାବେ ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସରେ ଆମେ ଆଉ ୫ ଜଣଙ୍କୁ ସାଥୀରେ ଧରି ଆସିବୁ।
Miscellaneous
ଓଡ଼ିଆ ଝିଅ, ଇଂଲଣ୍ଡରେ ଗଢିଛନ୍ତି ଜଗନ୍ନାଥ ମନ୍ଦିର
୨୦୨୧ ମସିହାରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛୁ। ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜା ନୀତି ସମ୍ପନ୍ନ ହେଉଛି। ଦୂର ଦୂରାନ୍ତ ଶ୍ରାଦ୍ଧାଳୁମାନେ ଆସୁଛନ୍ତି। ପ୍ରତିଦିନ ମହାପ୍ରସାଦ ଓ ଛପନ ଭୋଗ ପ୍ରସ୍ତୁତ ହେଉଛି।