ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୩୬ ଅଧିକାରୀଙ୍କ ବିଭାଗ ଓ ପଦବୀରେ ପରିବର୍ତ୍ତନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ୩୬ ଜଣ ଅଧିକାରୀଙ୍କ ବିଭାଗ ଓ ପଦବୀରେ ପରିବର୍ତ୍ତନ କରାଯାଇଛି। ଭଦ୍ରକ ଏସ୍‌ପି ଅନୁପ ସାହୁ ଭୁବନେଶ୍ୱରର ନୂଆ ଡିସିପି ହେବେ। ଭୁବନେଶ୍ୱର ଡିସିପି ଥିବା ସତ୍ୟବ୍ରତ ଭୋଇ ଉତ୍ତରାଞ୍ଚଳ ଡିଆଇଜି ଭାବେ ପଦୋନ୍ନତି ପାଇଛନ୍ତି। ଆଇଜି ପଦରେ ଥିବା ଏସ୍.କେ ନାଥ, ବିନୟତୋଷ ମିଶ୍ର ଓ ଆରପି କୋଚେ ଏଡିଜି ଭାବେ ପଦୋନ୍ନତି ପାଇଛନ୍ତି। ଆଇଜି ଆରକେ ଶର୍ମା ଗୁଇନ୍ଦା ବିଭାଗର ଅତିରିକ୍ତ […]

download

Rakesh Mallick
  • Published: Thursday, 08 March 2018
  • , Updated: 08 March 2018, 09:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ୩୬ ଜଣ ଅଧିକାରୀଙ୍କ ବିଭାଗ ଓ ପଦବୀରେ ପରିବର୍ତ୍ତନ କରାଯାଇଛି। ଭଦ୍ରକ ଏସ୍‌ପି ଅନୁପ ସାହୁ ଭୁବନେଶ୍ୱରର ନୂଆ ଡିସିପି ହେବେ। ଭୁବନେଶ୍ୱର ଡିସିପି ଥିବା ସତ୍ୟବ୍ରତ ଭୋଇ ଉତ୍ତରାଞ୍ଚଳ ଡିଆଇଜି ଭାବେ ପଦୋନ୍ନତି ପାଇଛନ୍ତି। ଆଇଜି ପଦରେ ଥିବା ଏସ୍.କେ ନାଥ, ବିନୟତୋଷ ମିଶ୍ର ଓ ଆରପି କୋଚେ ଏଡିଜି ଭାବେ ପଦୋନ୍ନତି ପାଇଛନ୍ତି। ଆଇଜି ଆରକେ ଶର୍ମା ଗୁଇନ୍ଦା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଛନ୍ତି।

ଗଞ୍ଜାମ ଏସ୍‌ପି ଆଶିଷ କୁମାର ସିଂହ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଭାବେ ପଦୋନ୍ନତି ପାଇଛନ୍ତି।  ଜୟନାରାଣ ପଙ୍କଜ ପୁଣି ଥରେ ଜଗତସିଂହପୁର ଏସ୍‌ପି ହୋଇଛନ୍ତି। ଅନ୍ୱେଷ କୁମାର ମୟୂରଭଞ୍ଜ, ବ୍ରିଜେଶ କୁମାର ରାୟ ଗଞ୍ଜାମ, ମିତ୍ରଭାନୁ ମହାପାତ୍ର ଅନୁଗୋଳ, ପୀନାକ ମିଶ୍ର ବ୍ରହ୍ମପୁର, ବି. ଯୁଗଳକିଶୋର ବାଲେଶ୍ୱର ଓ ବି. ଗଙ୍ଗାଧରଙ୍କୁ  ଭଦ୍ରକ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅତିରିକ୍ତ ଡିଜିପି ଭାବେ ବଦଳି ହୋଇଛନ୍ତି ବି. ରାଧିକା। ସେହିପରି ଅରୁଣ ଷଡ଼ଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ଏମ୍‌କେ ଛାବ୍ରା ଷ୍ଟେଟ୍ ଆର୍ମଡ ପୋଲିସର ଆଡିସିନାଲ ଡିଜି ହୋଇଛନ୍ତି। ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତି କରାଯାଇଛି।

Related story