ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ; ସୁନୀଲ, ସଞ୍ଜୀବ ଓ ଅମିତାଭଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବରିଷ୍ଠ ପୁଲିସ ପାହ୍ୟାରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି। ମୋଟ ୨୮ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଓ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାଏଙ୍କୁ ସ୍ପେଶାଲ ଡିଜି ପାହ୍ୟାକୁ ପଦୋନ୍ନତି ସହ ସେହିଠାରେ କାମ କରିବାକୁ ଅନୁମତି ମିଳିଛି। ମୋଟ ୯ଟି ଜିଲ୍ଲା କଟକ, ଖୋର୍ଦ୍ଧା,ପୁରୀ, ରାଉରକେଲା, ଢେଙ୍କାନାଳ, ଗଜପତି, ଦେବଗଡ଼, ରାୟଗଡ଼ା, ନବରଙ୍ଗପୁରରେ ନୂଆ ଏସପିଙ୍କୁ ଅବସ୍ଥାପିତ କରାଯାଇଛି। ତୃତୀୟ ମହଲାର ଗୁଡବୁକରେ ଥିବା ଅଫିସରଙ୍କୁ […]

IPS

IPS

Jitendra Garnayak
  • Published: Tuesday, 12 February 2019
  • Updated: 12 February 2019, 06:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବରିଷ୍ଠ ପୁଲିସ ପାହ୍ୟାରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି। ମୋଟ ୨୮ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଓ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାଏଙ୍କୁ ସ୍ପେଶାଲ ଡିଜି ପାହ୍ୟାକୁ ପଦୋନ୍ନତି ସହ ସେହିଠାରେ କାମ କରିବାକୁ ଅନୁମତି ମିଳିଛି। ମୋଟ ୯ଟି ଜିଲ୍ଲା କଟକ, ଖୋର୍ଦ୍ଧା,ପୁରୀ, ରାଉରକେଲା, ଢେଙ୍କାନାଳ, ଗଜପତି, ଦେବଗଡ଼, ରାୟଗଡ଼ା, ନବରଙ୍ଗପୁରରେ ନୂଆ ଏସପିଙ୍କୁ ଅବସ୍ଥାପିତ କରାଯାଇଛି। ତୃତୀୟ ମହଲାର ଗୁଡବୁକରେ ଥିବା ଅଫିସରଙ୍କୁ ଗୁଇନ୍ଦା ବିଭାଗରେ ଦାୟିତ୍ୱ ମିଳିଥିବାବେଳେ ଦୀର୍ଘଦିନ ଧରି ଅଣଦେଖା ହୋଇ ରହିଥିବା ଏଡିଜି ସଞ୍ଜିବ ପଣ୍ଡାଙ୍କ କମବ୍ୟାକ୍ ହୋଇଛି। ତାଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ୱ ଦେଇ ତୃତୀୟ ମହଲା ଆଗାମୀ ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଛି। ସେହିପରି ଗୁଡବୁକରେ ଥିବା ଅମିତାଭ ଠାକୁରଙ୍କୁ ସୋହରାବୁଦ୍ଦିନ ଫେକ୍ ଏନକାଉଣ୍ଟର ମାମଲାରେ ସିବିଆଇ କୋର୍ଟଙ୍କ ପ୍ରତିକୂଳ ମନ୍ତବ୍ୟ ମହଙ୍ଗା ପଡ଼ିଛି। ଶ୍ରୀ ଠାକୁରଙ୍କୁ ଓଏସଏପି(ଓଡ଼ିଶା ସଶସ୍ତ୍ର ପୁଲିସ)ର ଆଇଜି ଭାବେ ଅବସ୍ଥାପିତ କରାଯାଇଛି।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଡିଜି ପାହ୍ୟାକୁ ପଦୋନ୍ନତି ପରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାଏଙ୍କୁ ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ବଦଳି ହୋଇଥିବା ୨୦ ଆଇପିଏସ ଅଫିସର ତାଲିକାରେ ଥିବା ବିନୟାନନ୍ଦ ଝାଙ୍କୁ ଓଏଚଆରସି ନିର୍ଦ୍ଦେଶକ, ସିଦ୍ଧାର୍ଥ ନର୍ବାଣେଙ୍କୁ ଏଡିଜି ଏଚଆରପିସି, ମହେନ୍ଦ୍ର ପ୍ରତାପଙ୍କୁ ଏଡିଜି ଜେଲ, ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଆଇନଶୃଙ୍ଖଳା ଭାବେ ଅବସ୍ଥାପିତ କରାଯାଇଛି।

ଶ୍ରୀ ପଣ୍ଡା ଏବେ ପରିବହନ କମିଶନର ଭାବେ ଓ ପୂର୍ବରୁ ଓଏଏସପି ଡିଆଇଜି ଭାବେ କାମ କରୁଥିଲେ। ସେହିପରି ଅମିତାଭ ଠାକୁରଙ୍କୁ ଆଇଜି ଓଏସଏପି, ଏସ୍.ସାଇନିଙ୍କୁ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀରେ ଆଇଜି, ଯତୀନ୍ଦ୍ର କୋଏଲଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଓ ହିମାଂଶୁ ଲାଲଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି। ଶ୍ରୀ ଲାଲଙ୍କୁ ଗତ ଅକ୍ଟୋବର ମାସରେ ବଦଳି କରାଯାଇଥିଲା। ସେହିପରି ତୃତୀୟ ମହଲାର ଗୁଡବୁକରେ ଥିବା ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂହଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଭାବେ ବଦଳି କରାଯାଇ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି।

ସେହିପରି ରାହୁଲ ପି.ଆରଙ୍କୁ କ୍ରାଇମବ୍ରାଞ୍ଚ(ଏସଟିଏଫ) ଏସପି, ବିବେକାନନ୍ଦ ଶର୍ମାଙ୍କୁ ପୁଲିସ ମୁଖ୍ୟାଳୟ ଏଆଇଜିଙ୍କ ସମେତ ପୁରୀର ବିବାଦୀୟ ଏସପି ସାର୍ଥକ ଷଡ଼ଙ୍ଗୀଙ୍କୁ ରାଉରକେଲା, ଉମାଙ୍କର ଦାଶଙ୍କୁ ପୁରୀ, ଶାରା ଶର୍ମାଙ୍କୁ ଗଜପତି, ଅନୁପମା ଜେମସଙ୍କୁ ଢେଙ୍କାନାଳ ଏସପି ଭାବେ ବଦଳି କରାଯାଇଛି।

ସେହିପରି ୨୦୧୫ ବ୍ୟାଚର ୫ଜଣ ଆଇପିଏସଙ୍କୁ ପଦୋନ୍ନତି ପରେ ଏସପି ଭାବେ ନିଯୁକ୍ତି ମିଳିଛି। ପଦ୍ମିନୀ ସାହୁଙ୍କୁ ଡିସିପି, ହେଡକ୍ୱାର୍ଟର୍ସ, ରାହୁଲ ଜୈନଙ୍କୁ ଦେବଗଡ଼, ଶର୍ଭଣା ବିବେକ ଏମଙ୍କୁ ରାୟଗଡ଼ା ଏସପି, କୁଶଲକାର ନିତିନ ଡୁଗଡୁଙ୍କୁ ନବରଙ୍ଗପୁର ଏସପି, ପ୍ରତ୍ୟୁଷ ଦିବାକରଙ୍କୁ ରାଜ୍ୟପାଳଙ୍କ ଏଡିସି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବରିଷ୍ଠ ଓପିଏସ ମାଧବ ଚନ୍ଦ୍ର ସାହୁଙ୍କୁ ଏଆଇଜି(ପର୍ସେନଲ), କେକେ ଡୋଙ୍ଗାୟଗଙ୍କୁ କଟକ ରେଳବାଇ ଇନଚାର୍ଜ ଏସପି, ଅମୂଲ୍ୟ କୁମର ଦାସଙ୍କୁ ଖୋର୍ଦ୍ଧା ଏସପି(ଇନଚାର୍ଜ) , ଦୀପ୍ତି ରଞ୍ଜନ ରାୟଙ୍କୁ କ୍ରାଇମବ୍ରାଞ୍ଚ ଏସପି(ଇନଚାର୍ଜ), ସନ୍ତୋଷ କୁମାର ନାୟକଙ୍କୁ ଏସଆଇଡବ୍ଲ୍ୟୁ ଏସପିି (ଇନଚାର୍ଜ), ରାଧା ବିନୋଦ ପାଣିଗ୍ରାହୀଙ୍କୁ କଟକ ଏସପି(ଇନଚାର୍ଜ), ପ୍ରାଣଧନ ମହାପାତ୍ରଙ୍କୁ ଓ ରବିନାରାୟଣ ବେହେରାଙ୍କୁ ପୁଲିସ ମୁଖ୍ୟାଳୟରେ ପୁଲିସ ନିଯୁକ୍ତି ବୋର୍ଡରେ ଅବସ୍ଥାପିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story