ଅଲିଭ ରିଡେଲଙ୍କ ପ୍ରଜନନ ଆରମ୍ଭ: ମାଛଧରାରେ ଲାଗିଲା ୭ ମାସ କଟକଣା

ପୁରୀ/ପାରାଦୀପ (ଓଡ଼ିଶା ରିପୋର୍ଟର): ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ଏହି କଇଁଛଙ୍କ ସୁରକ୍ଷା ପାଇଁ ଆଜିଠାରୁ ମାଛଧରା ଉପରେ କଟକଣା ଲାଗୁ କରାଯାଇଛି। ଏହି କଟକଣା ୭ ମାସ ପାଇଁ ଲାଗୁ କରାଯାଇଛି। ତେବେ ଏପରି କଟକଣାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ମତ୍ସ୍ୟଜୀବୀ ପରିବାର। କଟକଣା ଯୋଗୁଁ ସେମାନଙ୍କ ବ୍ୟବସାୟ ପ୍ରଭାବିତ ହେବା ବୋଲି ସେମାନେ ଅଭିଯୋଗ କରିବା ସହ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

ଓଡିଶାର ଦେବୀ, ବରୁଣେଇ ଓ ଋଷିକୁଲ୍ୟା ମୁହାଣରେ କଇଁଛମାନେ ଅଣ୍ଡାଦାନ ଦେବାକୁ ଆସୁଥିବାରୁ ଏସବୁ ଜାଗାରେ ମାଛ ମାରିବା ନିଷେଧ କରାଯାଇଛି। ଫଳରେ ପାରାଦୀପରେ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ପାରାଦୀପରେ ପ୍ରାୟ ୬୫୦ ଟ୍ରଲର ଓ ୩୦୦ ଯନ୍ତ୍ରଚାଳିତ ଡଙ୍ଗା ଦ୍ୱାରା ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛମାରି ପରିବାର ପ୍ରତିପୋଷଣ କରିଥାନ୍ତି। ପ୍ରତିବର୍ଷ ମାଛ ଉତ୍ପାଦନ ସମୟରେ ଏଭଳି କଟକଣା ଯୋଗୁଁ ଅନେକ କ୍ଷତି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ସେହିପରି ପୁରୀ ଜିଲ୍ଲାର ବାଲି ହରଚଣ୍ଡୀଠାରୁ ଅସ୍ତରଙ୍ଗ ଦେବୀନାସୀ ପର୍ଯ୍ୟନ୍ତ ଉପକୂଳରୁ ୫ କିମି ଯାଏଁ ମୋଟର ଚାଳିତ ଡଙ୍ଗାରେ ମାଛ ମାରିବା ନିଷିଦ୍ଧ କରାଯାଇଛି। ଏଥିସହ ଦେବୀ ନଦୀ ମୁହାଣର ୨୦ କିମି ଭିତରେ ଟ୍ରଲର ଓ ମୋଟର ଚାଳିତ ଡଙ୍ଗା ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ବେଆଇନ ମାଛଧରା ରୋକିବା ପାଇଁ ବନବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ଓ କୋଷ୍ଟ ଗାର୍ଡ ଦ୍ୱାରା ମିଳିତ ପାଟ୍ରୋଲିଂ କରାଯାଉଛି।

କଟକଣାକୁ ନେଇ କ’ଣ କହୁଛନ୍ତି ମତ୍ସ୍ୟଜୀବୀ ଶୁଣନ୍ତୁ ଏହି ଭିଡିଓରେ।

Ordigital Desk
• Published: Wednesday, 01 November 2017
• Updated: 01 November 2017, 07:27 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos