ଭିମ୍ସାର ଅବସ୍ଥାର ଅସମ୍ଭାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର କୋଭିଡ୍ ହସପିଟାଲ ଗୁଡ଼ିକୁ ସରକାର ବନ୍ଦ କରିଦେବା ପରେ ଏବେ ବୁର୍ଲା ଭିମ୍ସାର କୋଭିଡ୍ ହସପିଟାଲରେ ରୋଗୀଙ୍କ ଅସମ୍ଭାଳ ଭିଡ଼। ପଡ଼ୋଶୀ ଜିଲ୍ଲାଗୁଡ଼ିକ ବ୍ୟତୀତ ଏଠାକୁ ଛତିଶଗଡ ଏବଂ ଝାଡଖଣ୍ଡରୁ ବି ରୋଗୀ ଆସୁଛନ୍ତି । ପରିସ୍ଥିତି ଏମିତି ହେଲାଣି ଯେ, ଭିମ୍ସାର କୋଭିଡ ହସପିଟାଲରେ ଆଉ ବେଡ୍ ନାହିଁ । କ୍ଷମତା ଠାରୁ ଅଧିକ ରୋଗୀଙ୍କୁ ନେଇ ଚିନ୍ତାରେ ପଡିଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ । ସେପଟେ […]

VIMSAR

Tapas Behera
  • Published: Wednesday, 30 December 2020
  • , Updated: 30 December 2020, 07:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର କୋଭିଡ୍ ହସପିଟାଲ ଗୁଡ଼ିକୁ ସରକାର ବନ୍ଦ କରିଦେବା ପରେ ଏବେ ବୁର୍ଲା ଭିମ୍ସାର କୋଭିଡ୍ ହସପିଟାଲରେ ରୋଗୀଙ୍କ ଅସମ୍ଭାଳ ଭିଡ଼। ପଡ଼ୋଶୀ ଜିଲ୍ଲାଗୁଡ଼ିକ ବ୍ୟତୀତ ଏଠାକୁ ଛତିଶଗଡ ଏବଂ ଝାଡଖଣ୍ଡରୁ ବି ରୋଗୀ ଆସୁଛନ୍ତି । ପରିସ୍ଥିତି ଏମିତି ହେଲାଣି ଯେ, ଭିମ୍ସାର କୋଭିଡ ହସପିଟାଲରେ ଆଉ ବେଡ୍ ନାହିଁ । କ୍ଷମତା ଠାରୁ ଅଧିକ ରୋଗୀଙ୍କୁ ନେଇ ଚିନ୍ତାରେ ପଡିଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ । ସେପଟେ ଅତି ଗୁରୁତର ଅବସ୍ଥାରେ ରୋଗୀ ଆସୁଥିବାରୁ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ମିଳିଥିବା ସୂଚନା ଅନୁସାରେ ଗତ ୭ ଦିନରେ ଏଠାରେ ୨୭ ଜଣ ପ୍ରାଣ ହରାଇଲେଣି।

ଉକ୍ତ ହସପିଟାଲରେ ରହିଛି ମୋଟ୍ ୧୦୦ଟି ବେଡ୍ ଏବଂ ୨୦ଟି ଆଇସିୟୁ । ତେବେ ଏହାଠାରୁ ଢେର୍ ଅଧିକ ସଂଖ୍ୟାରେ ଆସୁଛନ୍ତି ରୋଗୀ । ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ବୌଦ୍ଧ ଓ ସୁବର୍ଣ୍ଣପୁର ସମେତ ପଶ୍ଟିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ୍ ହସପିଟାଲକୁ ବନ୍ଦ କରିଦେଇଛନ୍ତି ସରକାର । ଫଳରେ ସେସବୁ ଜିଲ୍ଲାରୁ ଗୁରୁରୁତର କୋଭିଡ୍ ରୋଗୀଙ୍କ ଭିମସାର୍ କୋଭିଡ ହସପିଟାଲକୁ ସୁଅ ଛୁଟୁଛି ।

ଏପରିକି ପଡୋଶୀ ରାଜ୍ୟ ଝାଡଖଣ୍ଡ ଏବଂ ଛତିଶଗଡରୁ ମଧ୍ୟ ଏଠାକୁ ରୋଗୀ ଆସୁଛନ୍ତି । ତେଣୁ ହସପିଟାଲ ଉପରେ ଚାପ ବଢିବାରେ ଲାଗିଛି ।

ଏପଟେ ସମ୍ବଲପୁର ରାଜଘାଟ ଶ୍ମଶାନରେ ଜଳୁଛି ଜୁଇ । ଦିନକୁ ପାଖାପାଖି ୩ରୁ ୫ଟି ଶବ ପୋଡାଯାଉଛି । ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୭ ଦିନ ମଧ୍ୟରେ ଏଠାରେ ୨୭ ଜଣ ପ୍ରାଣ ହରାଇଲେଣି । ସେମାନଙ୍କ ମଧ୍ୟରୁ ଗତ ୨୨ ତାରିଖରେ ୪ ଜଣ, ୨୩ରେ ୨ ଜଣ, ୨୪ରେ ୫ ଜଣ, ୨୫, ୨୬ ଓ ୨୭ରେ ୩ ଜଣ ଲେଖାଏଁ ଏବଂ ୨୮ରେ  ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଉଭୟ କୋଭିଡ୍ ଓ ନନ୍‌କୋଭିଡ୍ ରୋଗୀ ଅଛନ୍ତି । ସେହିପରି ୨୨ରୁ ୨୮ ତାରିଖ ମଧ୍ୟରେ ୧୫୮ ଜଣ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଅଧିକ ସଂଖ୍ୟକ ରୋଗୀ ଆସୁଥିବାରୁ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି।

Related story