ଆର୍‌ଆଇଙ୍କୁ ପିଟିଲେ ପଥର ମାଫିଆ ବାପ-ପୁଅ

ନୀଳଗିରି (ବିଶ୍ୱମ୍ଭର ଦାସ): ରାଜସ୍ୱ ନିରୀକ୍ଷକ(ଆର୍‌ଆଇ)ଙ୍କୁ ଗୋଡ଼େଇ ତୋଡେଇ ପିଟିଲେ ପଥର ମାଫିଆ ବାପ-ପୁଅ! ସାର୍ଟ ଚିରିଦେଲେ, ମୋବାଇଲ ଭାଙ୍ଗିଦେଲେ ଓ ମନପର୍ସ ଛଡ଼ାଇନେଲେ। ଫୁଙ୍ଗୁଳା ଦେହରେ ଅଫିସରେ ପହଞ୍ଚିଲେ ଆର୍‌ଆଇ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଞ୍ଚଳରେ ଘଟିଛି। ରବିବାର ରାତିରେ ନୀଳଗିରି ତହସିଲ ଅଧୀନ ବାଘମରା ଅଞ୍ଚଳରେ ପଥର ବ୍ଲାଷ୍ଟିଂ ହୋଇଥିଲା। ଏନେଇ ତହସିଲଦାର ଅଶେଷ କୁମାର ନାୟକଙ୍କ ପାଖରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଘଟଣାର ତଦନ୍ତ କରି […]

Balasore

Balasore

Manoranjan Sial
  • Published: Monday, 25 July 2022
  • Updated: 25 July 2022, 09:16 PM IST

Sports

Latest News

ନୀଳଗିରି (ବିଶ୍ୱମ୍ଭର ଦାସ): ରାଜସ୍ୱ ନିରୀକ୍ଷକ(ଆର୍‌ଆଇ)ଙ୍କୁ ଗୋଡ଼େଇ ତୋଡେଇ ପିଟିଲେ ପଥର ମାଫିଆ ବାପ-ପୁଅ! ସାର୍ଟ ଚିରିଦେଲେ, ମୋବାଇଲ ଭାଙ୍ଗିଦେଲେ ଓ ମନପର୍ସ ଛଡ଼ାଇନେଲେ। ଫୁଙ୍ଗୁଳା ଦେହରେ ଅଫିସରେ ପହଞ୍ଚିଲେ ଆର୍‌ଆଇ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଞ୍ଚଳରେ ଘଟିଛି।

ରବିବାର ରାତିରେ ନୀଳଗିରି ତହସିଲ ଅଧୀନ ବାଘମରା ଅଞ୍ଚଳରେ ପଥର ବ୍ଲାଷ୍ଟିଂ ହୋଇଥିଲା। ଏନେଇ ତହସିଲଦାର ଅଶେଷ କୁମାର ନାୟକଙ୍କ ପାଖରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ତହସିଲଦାର ସଜନାଗଡ଼ ଆର୍‌ଆଇ କେ.ସନ୍ତୋଷ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଜି ଆର୍‌ଆଇ କ୍ଷେତ୍ର ପରିଦର୍ଶନ କରିବା ପାଇଁ ବାଘମରା ଅଞ୍ଚଳକୁ ଯାଇଥିଲେ। ପଥର ବ୍ଲାଷ୍ଟିଂ ଅଞ୍ଚଳରେ ଫଟୋ ଉଠାଇ ଫେରୁଥିଲେ ଆର୍‌ଆଇ। ଏହା ଦେଖି ପଥର ମାଫିଆ ବାପ-ପୁଅ, ଆରଆଇଙ୍କୁ ଅଟକାଇ ନିର୍ଧୁମ ପିଟି ଥିଲେ। ତାଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ। ମନି ପର୍ସ ଛଡ଼ାଇ ନେଇଥିଲେ। ଆର୍‌ଆଇ କେ.ସନ୍ତୋଷ କୁମାରଙ୍କ ସାର୍ଟ ଚିରି ଦେଇଥିଲେ। ସେ ଫୁଙ୍ଗୁଳା ଦେହରେ ଜୀବନ ବିକାଳରେ ମାର୍କେଟରେ ପହଞ୍ଚି ଥିଲେ। ସେଠାରେ ଲୁଗା ଦୋକାନରୁ ସାର୍ଟ କିଣି ପିନ୍ଧି ଅଫିସ୍‌ରେ ପହଞ୍ଚିଥିଲେ। ଏମାନଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଥାନାରେ ଅଭିଯୋଗ କରାଯାଇଥିବା ତହସିଲଦାର କହିଛନ୍ତି।

ତହସଲଦାର କହିଛନ୍ତି, “ବାଘମରା ଅଞ୍ଚଳରେ ବେଆଇନ୍‌ ଭାବେ ବ୍ଲାଷ୍ଟିଂ କରାଯାଇଥିଲା। ଆଜି ସେଠାରୁ ପଥର ଚାଲାଣ ହେଉଥିଲା। ମୋ ନିର୍ଦ୍ଦେଶରେ ଆର୍‌ଆଇ ସେଠାକୁ ଯାଇ ଫଟୋ ଉଠାଇ ଫେରୁଥିଲେ। ସେହି ସମୟରେ ବେଆଇନ୍‌ ବ୍ଲାଷ୍ଟିଂ କରାଉଥିବା ବିଶ୍ୱନାଥ ଦାସ ଓ ତାଙ୍କ ପୁଅ ମିଳିତ ଭାବେ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏପରିକି ଆରଆଇଙ୍କ ମୋବାଇଲ ବାଡ଼େଇ ଭାଙ୍ଗି ଦେଇଥିଲେ। ତାଙ୍କ ସାର୍ଟ ଚିରି ଦେବା ସହିତ ମନପର୍ସ ଛଡ଼ାଇ ନେଇଯାଇଛନ୍ତି।”

ତହସିଲଦାର ଆହୁରି କହିଛନ୍ତି, “ବିଶ୍ୱନାଥ ଦାସ ପୂର୍ବରୁ ଗିରଫ ହୋଇଥିଲା। ଜେଲ୍‌ ଯାଇଥିଲା। ତା’ର ଟ୍ରାକ୍ଟର ଓ ପଥର ବ୍ଲାଷ୍ଟିଂ ସରଞ୍ଜାମ ଜବତ କରାଯାଇଥିଲା। ସେ ବେଲ୍‌ରେ ଆସିଛି। ଏହି ଘଟଣା ପରେ ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos