ଧାନ ସଂଗ୍ରହ ଉପକରଣ କିଣା ଦୁର୍ନୀତିର ଫାଇଲ୍ ଖୋଲିବ ସମବାୟ ବିଭାଗ: ଚଳୁ ହୋଇଛି ୨୪ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ସଂଗ୍ରହ ଲାଗି ୨୦୧୩ରେ ପ୍ରାଥମିକ କୃଷି ସମବାୟ ସମିତି ପାଇଁ  କିଣା ହୋଇଥିଲା କମ୍ପ୍ୟୁଟର ସହ ଅନେକ ଉପକରଣ। ତେବେ ସମବାୟ ବିଭାଗ ବଜାର ଦରଠାରୁ ଡବଲ ଦାମ ଦେଇ ଏସବୁ ଉପକରଣ କିଣିଥିବା ଅଭିଯୋଗ ହୋଇଥିଲା। ଏମିତିକି ଆବଶ୍ୟକ ନ ଥିବା ସାମଗ୍ରୀ ବି ଖରିଦ କରାଯାଇଥିଲା। ଅଭିଯୋଗ ପହଁଞ୍ଚିଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ, ଭିଜିଲାନସ ତଦନ୍ତ ବି ହେଲା। ହେଲେ ଫଳ କଣ ହେଲା କେହି ଜାଣିପାରିଲେ ନାହିଁ। ସମବାୟ ବିଭାଗ […]

ricea

Rakesh Mallick
  • Published: Friday, 25 August 2017
  • , Updated: 25 August 2017, 09:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ସଂଗ୍ରହ ଲାଗି ୨୦୧୩ରେ ପ୍ରାଥମିକ କୃଷି ସମବାୟ ସମିତି ପାଇଁ  କିଣା ହୋଇଥିଲା କମ୍ପ୍ୟୁଟର ସହ ଅନେକ ଉପକରଣ। ତେବେ ସମବାୟ ବିଭାଗ ବଜାର ଦରଠାରୁ ଡବଲ ଦାମ ଦେଇ ଏସବୁ ଉପକରଣ କିଣିଥିବା ଅଭିଯୋଗ ହୋଇଥିଲା। ଏମିତିକି ଆବଶ୍ୟକ ନ ଥିବା ସାମଗ୍ରୀ ବି ଖରିଦ କରାଯାଇଥିଲା। ଅଭିଯୋଗ ପହଁଞ୍ଚିଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ, ଭିଜିଲାନସ ତଦନ୍ତ ବି ହେଲା। ହେଲେ ଫଳ କଣ ହେଲା କେହି ଜାଣିପାରିଲେ ନାହିଁ। ସମବାୟ ବିଭାଗ ବି ରହିଲା ଅନ୍ଧାରରେ। ସମବାୟ ବିଭାଗ ୪ ବର୍ଷ ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କୋପ୍ରେଟିଭ ସୋସାଇଟି ରେଜିଷ୍ଟାରଙ୍କୁ ଚିଠି ଲେଖିଛି। ନାବାର୍ଡର ଖୋଳତାଡ ପରେ  ବିଭାଗର ନିଦ ଭାଙ୍ଗିଛି। ବର୍ତ୍ତମାନର ସମବାୟ ମନ୍ତ୍ରୀ ବି ମାନୁଛନ୍ତି, ଡବଲ ଦାମରେ ସାମଗ୍ରୀ କିଣା ନେଇ ଅନେକ ଅଭିଯୋଗ ହୋଇଛି।

୨୧୭୧ ଟି ପ୍ରାଥମିକ ସମବାୟ ସମିତି ପାଇଁ ୪ ବର୍ଷ ତଳେ ଆବଶ୍ୟକ ଯନ୍ତ୍ରପାତି କିଣାଯାଇଥିଲା। ଏଥିରେ ଥିଲା ମଏଶ୍ଚର ମିଟରଠାରୁ ଆରମ୍ଭ କରି ଓଜନ ପାଇଁ ଆବଶ୍ୟକ ମେସିନ। ତେବେ  ଟେଣ୍ଡର ନ କରି ଏପରି କିଛି ସାମଗ୍ରୀ କିଣା ହେଲା ଯାହା ବ୍ୟବହାରରେ ଆସିଲା ନାହିଁ ବୋଲି ଅଭିଯୋଗ ହୋଇଥିଲା। ଭିଜିଲାନସ ତଦନ୍ତ ଥଣ୍ଡା ହେବା ପରେ  ଚିଫ୍‌ ଭିଜିଲାନସ କମିସନର ବା ସିଭିସି ପାଖରେ ବି ଅଭିଯୋଗ ପହଁଞ୍ଚିଥିଲା।

Related story