କାନ୍ଦି ପକାଇଲେ ରୀତା, ସ୍ୱାମୀଙ୍କ ପାଇଁ ଭୋଟ୍ ଦେବାକୁ କହିଲେ

Ordigital Desk
  • Published: Tuesday, 20 February 2018
  • , Updated: 20 February 2018, 01:54 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି। ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସେ ପ୍ରଚାର କରୁଛନ୍ତି। ଏହି ଅବସରରେ ବରପାଲି ନିକଟସ୍ଥ ବଡ଼ଗାଁରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ରୀତା ସାହୁଙ୍କୁ ଭୋଟ୍ ଦେବାକୁ ଭୋଟରଙ୍କୁ କହିଥିଲେ। ଏହି ସଭାରେ ନିଜେ ରୀତା ମଧ୍ୟ ଉପସ୍ଥିତ ଥିଲେ। ସେ ବି ସଭାକୁ ସମ୍ବୋଧିତ କରିଥିଲେ। ଖୁବ୍ ଅଳ୍ପ ସମୟ ପାଇଁ ସେ ଭାଷଣ ଦେଇଥିଲେ। ତାଙ୍କୁ ସହଯୋଗ କରିବାକୁ ଓ ଆଶୀର୍ବାଦ କରିବାକୁ ସେ ଭୋଟରମାନଙ୍କୁ ଅନୁରୋଧ କରିଥିଲେ। ଏହା ସହିତ ସେ କହିଥିଲେ,&ldquo;ମୁଁ ମୋ ସ୍ୱାମୀଙ୍କ ପାଇଁ ଭୋଟ୍ ମାଗୁଛି&rdquo;। ଏହା ପରେ ସେ ଭାଷଣ ଶେଷ କରିବା ସହ କୋହ ସମ୍ଭାଳି ନପାରି କାନ୍ଦି ପକାଇଲେ।</p>

Related story