ଡିଭାଇଡରକୁ ଧକ୍କା ଦେଲା ବୋଲେରୋ: ୨ ମୃତ, ୬ ଗୁରୁତର

Ordigital Desk
  • Published: Sunday, 16 July 2017
  • , Updated: 16 July 2017, 08:58 AM IST
<p>ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଜଇଶପାଟଣା ନିକଟରେ ଆଜି ସକାଳେ ଏକ ବୋଲେରୋ ନିୟନ୍ତ୍ରଣ ହରାଇ ଡିଭାଇଡରରେ ବାଡ଼େଇ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଶୁଭସ୍ମିତା ନାୟକ ଓ ସରୋଜିନୀ ନାୟକ। ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ମଲ୍ଲୀପୁର ଗାଁର ସଚ୍ଚିକାନ୍ତ ନାୟକ ତାଙ୍କ ପୁଅର ମୁଣ୍ଡନ କରିବା ପାଇଁ ସପରିବାରେ ପୁରୀ ଅଭିମୁଖେ ବାହାରି ଥିଲେ। ବୋଲେରୋରେ ମୋଟ ୧୧ ଜଣ ଥିଲେ।</p> <p>ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି।</p>

Related story