ଟ୍ରକ୍‌ ଧକ୍କାରେ ବ୍ୟବସାୟୀ ମୃତ: କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ତାଳଚେର-ଯାଜପୁର ମଧ୍ୟସ୍ଥ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ବହୁ ଯାନବାହନ ଅଟକି ରହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଆଜି ସକାଳେ ମର୍ଣ୍ଣିଂ ଓ୍ୱାକ୍  କରୁଥିବା ବେଳେ ବ୍ୟବସାୟୀ ପୁଷ୍ପକାନ୍ତ […]

Rakesh Mallick
  • Published: Saturday, 09 September 2017
  • , Updated: 09 September 2017, 09:57 AM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ତାଳଚେର-ଯାଜପୁର ମଧ୍ୟସ୍ଥ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ବହୁ ଯାନବାହନ ଅଟକି ରହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ଆଜି ସକାଳେ ମର୍ଣ୍ଣିଂ ଓ୍ୱାକ୍  କରୁଥିବା ବେଳେ ବ୍ୟବସାୟୀ ପୁଷ୍ପକାନ୍ତ ସାହୁଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କାମାକ୍ଷାନଗର ଥାନା ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

Related story