ନର୍ସଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ଠପ୍‌ , ରାସ୍ତାକୁ ଓହ୍ଲାଇଲେ ସମ୍ପର୍କୀୟ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନର୍ସ ଓ ପାରା ମେଡିକାଲ କର୍ମଚାରୀ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ପ୍ରଭାବିତ ହୋଇଛି ରୋଗୀ ସେବା। ରୋଗୀ ସେବା ବ୍ୟାହତ ହେବାରୁ ଦେଖା ଦେଇଛି ଉତ୍ତେଜନା। ବଲାଙ୍ଗିର ଶିବ ମନ୍ଦିର ଛକରେ ରାସ୍ତାରୋକ କରିଛନ୍ତି ରୋଗୀଙ୍କ ସଂପର୍କୀୟ । ସେମାନେ ବଲାଙ୍ଗିର-ସୋନପୁର ରାସ୍ତା ଅବରୋଧ କରିଛନ୍ତି । ୧୩ ତାରିଖ ରାତିରେ କର୍ତ୍ତବ୍ୟରତ ନର୍ସଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ […]

rasta--1

Niharika Rout
  • Published: Saturday, 15 February 2020
  • , Updated: 15 February 2020, 01:46 PM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନର୍ସ ଓ ପାରା ମେଡିକାଲ କର୍ମଚାରୀ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ପ୍ରଭାବିତ ହୋଇଛି ରୋଗୀ ସେବା। ରୋଗୀ ସେବା ବ୍ୟାହତ ହେବାରୁ ଦେଖା ଦେଇଛି ଉତ୍ତେଜନା। ବଲାଙ୍ଗିର ଶିବ ମନ୍ଦିର ଛକରେ ରାସ୍ତାରୋକ କରିଛନ୍ତି ରୋଗୀଙ୍କ ସଂପର୍କୀୟ । ସେମାନେ ବଲାଙ୍ଗିର-ସୋନପୁର ରାସ୍ତା ଅବରୋଧ କରିଛନ୍ତି ।

୧୩ ତାରିଖ ରାତିରେ କର୍ତ୍ତବ୍ୟରତ ନର୍ସଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ।  ଏହା ପ୍ରତିବାଦରେ ଆଜି ସକାଳୁ ନର୍ସମାନେ ଆନ୍ଦୋଳନ ଚାଲୁ ରଖିଥିବା ବେଳେ ରାସ୍ତାକୁ ଓହ୍ଲାଇଲେ ରୋଗୀଙ୍କ ସମ୍ପର୍କୀୟ।

Related story