ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ମଶାଣି ଛକ ଠାରେ ଗତକାଲି ଡମ୍ଫର ଧକ୍କାରେ ଶଶିକାନ୍ତ ଦାସଙ୍କ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଆଜି ବି ଉତ୍ତେଜନା ଦେଖା ଦେଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ ମୃତକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ ଓ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ଗାଡ଼ିର ବେଗ କମାଇବାକୁ ଦାବି କରି ଆଜି ଜଳେଶ୍ୱର-ଚନ୍ଦନେଶ୍ୱର ମୁଖ୍ୟ ରାସ୍ତାକୁ ସ୍ଥାନୀୟ ଲୋକେ ଟାୟାର ଜାଳି ଅବରୋଧ କରିଥିଲେ। ଘଟଣାସ୍ଥଳରେ ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ […]

roadblock

Jitendra Garnayak
  • Published: Sunday, 30 June 2019
  • , Updated: 30 June 2019, 03:22 PM IST

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ମଶାଣି ଛକ ଠାରେ ଗତକାଲି ଡମ୍ଫର ଧକ୍କାରେ ଶଶିକାନ୍ତ ଦାସଙ୍କ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଆଜି ବି ଉତ୍ତେଜନା ଦେଖା ଦେଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ ମୃତକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ ଓ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ଗାଡ଼ିର ବେଗ କମାଇବାକୁ ଦାବି କରି ଆଜି ଜଳେଶ୍ୱର-ଚନ୍ଦନେଶ୍ୱର ମୁଖ୍ୟ ରାସ୍ତାକୁ ସ୍ଥାନୀୟ ଲୋକେ ଟାୟାର ଜାଳି ଅବରୋଧ କରିଥିଲେ।

ଘଟଣାସ୍ଥଳରେ ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଦୁଇ ପ୍ଲାଟୁନ ପୁଲିସ୍‌ ଫୋର୍ସ ବି ମୁତୟନ କରାଯାଇଥିଲା।

ଅନ୍ୟପକ୍ଷରେ ଏହା ଏକ ଦୁର୍ଘଟଣା ନୁହେଁ ବରଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଶଶିକାନ୍ତଙ୍କ ପୁଅ ଅଭିଯୋଗ କରିଛନ୍ତି। ଶଶିକାନ୍ତଙ୍କ ପୁତୁରା ଘନଶ୍ୟାମ ଦାସ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ତାଙ୍କ ପରିବାର ଲୋକେ କମର୍ଦ୍ଦା ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଡମ୍ଫର ଧକ୍କାରେ ଶଶିକାନ୍ତ ଦାସଙ୍କ ମୃତ୍ୟୁକୁ ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ୫ଟି ଡମ୍ଫର, ୨ଟି ଜେସିବି ଓ ଗୋଟିଏ ଟ୍ରାକ୍ଟର ଜାଳି ଦେଇଥିଲେ।

Related story