- Videos
- Odisha
- ନିଶାଦ୍ରବ୍ୟ ବିକ୍ରି ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ମହିଳା
ନିଶାଦ୍ରବ୍ୟ ବିକ୍ରି ବନ୍ଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ମହିଳା
- Published: Thursday, 23 November 2017
- , Updated: 23 November 2017, 01:40 PM IST
<p>କେନ୍ଦୁଝର: ମଦ ଓ ଗଂଜେଇ ଭଳି ନିଶାଦ୍ରବ୍ୟ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ମହିଳା। କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ୫୩ ନମ୍ବର ରାଜ୍ୟ ରାଜପଥ ଗେଟ୍ ଛକରେ ମହିଳାମାନେ ରାସ୍ତାରୋକ କରିଛନ୍ତି।</p>
<p>ଅବାଧରେ ଚୋରା ମଦ ଓ ଗଂଜେଇ ବିକ୍ରି ନେଇ ପୋଲିସ ଓ ଅବକାରୀ ବିଭାଗକୁ ଜଣାଇବା ପରେ ମଧ୍ୟ କିଛି ଲାଭ ନ ମିଳିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ମହିଳାମାନେ କହିଛନ୍ତି। ଏଥିସହ ମହିଳାମାନେ ଦୋକାନ ଦୋକାନ ବୁଲି ମଦ ବିକ୍ରି ନ କରିବା ପାଇଁ ସଚେତନ କରିଛନ୍ତି। ଆଗାମୀ ଦିନରେ ମଦ ବିକ୍ରି କରାଗଲେ ଆଇନ ହାତକୁ ନେବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।</p>