ଓଭର ବ୍ରିଜ୍ ନିର୍ମାଣ ଦାବିରେ ରାସ୍ତା ଅବରୋଧ

ପଟ୍ଟାମୁଣ୍ଡାଇ: ଓଭର ବ୍ରିଜ୍ ନିର୍ମାଣ ଓ କଟକ-ଚାନ୍ଦବାଲି ରାସ୍ତା କାମ ତ୍ୱରାନ୍ୱିତ କରିବା ଦାବିରେ ଆଜି ସକାଳେ  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଷଣଅ ଛକ ନିକଟରେ  ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଫଳରେ ଆଳି-ରାଜକନିକାକୁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପ୍ରାୟ ୩ଘଣ୍ଟା ଧରି ଲୋକେ ରାସ୍ତା ଅବରୋଧ କରିଥିଲେ। ପରେ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।