ଓଡ଼ିଶାରେ ବସୁନି ସଡ଼କ ସୁରକ୍ଷା ପରିଷଦ ବୈଠକ, ସୁପ୍ରିମ୍‌କୋର୍ଟ ଖପ୍ପା

ଭୁବନେଶ୍ୱର: ବର୍ଷକୁ ଦୁଇ ଥର ସଡ଼କ ସୁରକ୍ଷା ପରିଷଦ (ରୋଡ୍ ସେଫ୍‌ଟି କାଉନ୍‌ସିଲ୍‌)ର ବୈଠକ ବସିବା କଥା। କିନ୍ତୁ ଓଡ଼ିଶାରେ ଏହି ବୈଠକ ନିୟମିତ ଭାବେ ହେଉ ନାହିଁ। ତେଣୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମ୍‌କୋର୍ଟଙ୍କ କମିଟି। ସେପ୍ଟେମ୍ବର ୮ ତାରିଖରେ ଏହି କମିଟି ଓଡ଼ିଶାର ସଡ଼କ ସୁରକ୍ଷାର ସମୀକ୍ଷା କରିବେ। ମୋଟର ଭେଇକିଲ୍ ଆଇନ ଅନୁଯାୟୀ ମଦ ପିଇ କିମ୍ବା ମୋବାଇଲ ଧରି ଗାଡ଼ି ଚଳାଇବା ଅପରାଧ। ମାଲ ପରିବହନ ପାଇଁ […]

Road_safety

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 08:03 PM IST

ଭୁବନେଶ୍ୱର: ବର୍ଷକୁ ଦୁଇ ଥର ସଡ଼କ ସୁରକ୍ଷା ପରିଷଦ (ରୋଡ୍ ସେଫ୍‌ଟି କାଉନ୍‌ସିଲ୍‌)ର ବୈଠକ ବସିବା କଥା। କିନ୍ତୁ ଓଡ଼ିଶାରେ ଏହି ବୈଠକ ନିୟମିତ ଭାବେ ହେଉ ନାହିଁ। ତେଣୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମ୍‌କୋର୍ଟଙ୍କ କମିଟି। ସେପ୍ଟେମ୍ବର ୮ ତାରିଖରେ ଏହି କମିଟି ଓଡ଼ିଶାର ସଡ଼କ ସୁରକ୍ଷାର ସମୀକ୍ଷା କରିବେ।

ମୋଟର ଭେଇକିଲ୍ ଆଇନ ଅନୁଯାୟୀ ମଦ ପିଇ କିମ୍ବା ମୋବାଇଲ ଧରି ଗାଡ଼ି ଚଳାଇବା ଅପରାଧ। ମାଲ ପରିବହନ ପାଇଁ ଉଦ୍ଦିଷ୍ଟ ଗାଡ଼ିରେ ଯାତ୍ରୀଙ୍କୁ ନେବା ଓ ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଳାଇବା ଅପରାଧ। ଏଭଳି ଅପରାଧ କରୁଥିବା ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ଲାଗି ବାତିଲ ପାଇଁ ନିର୍ଦ୍ଦେଶ ରହିଛି। ରାଜ୍ୟରେ ଏସବୁ ଅପରାଧ ରୋକିବାକୁ ସରକାର କି ପଦକ୍ଷେପ ନେଇଛନ୍ତି ଓ କେତେ ଲୋକଙ୍କୁ ଦଣ୍ଡିତ କରିଛନ୍ତି, ତା’ର ହିସାବ ମାଗିଛନ୍ତି ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟଙ୍କ କମିଟି। ଆସନ୍ତା ମାସ ୮ ତାରିଖରେ କମିଟିର ସମୀକ୍ଷା ବୈଠକ ପୂର୍ବରୁ ଏସବୁ ତଥ୍ୟ ଦେବା ପାଇଁ ରାଜ୍ୟର ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ।

ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି,“ସଡ଼କ ସୁରକ୍ଷା ସମ୍ପର୍କିତ ସୁପ୍ରିମ୍‌କୋର୍ଟଙ୍କ କମିଟି ଯେଉଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ତାହାକୁ ଠିକ୍‌ ରୂପେ ପାଳନ କରୁଛନ୍ତି। ମଦ ପିଇ କିମ୍ୱା ମୋବାଇଲ ଧରି ଗାଡ଼ି ଚଳାଇଲେ ମୋଟର ଯାନ ଆକ୍ଟ ଅନୁଯାୟୀ ଅପରାଧ। ସେହିପରି ମାଲ ପରିବାହନ ପାଇଁ ଉଦ୍ଦିଷ୍ଟ ଗାଡ଼ିରେ ଯାତ୍ରୀଙ୍କୁ ନେବା ଓ ନିର୍ଦ୍ଧାରିତ ବେଗଠାରୁ ଅଧିକ ଚଳାଇବା ହିଁ ଅପରାଧ। ଏଭଳି ଅପରାଧ କରୁଥିବା ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ବାତିଲ ପାଇଁ ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାର ଏସବୁ ଅପରାଧ ରୋକିବା ପାଇଁ କି ପଦକ୍ଷେପ ନେଉଛନ୍ତି ଏବଂ କେତେ ଲୋକଙ୍କୁ ଦଣ୍ଡିତ କରିଛନ୍ତି, ତାହାର ହିସାବ ମାଗିଛନ୍ତି ସଡ଼କ ସୁରକ୍ଷା ସମ୍ପର୍କିତ ସୁପ୍ରିମ୍‌କୋର୍ଟ କମିଟି।”

Related story