ଚଣ୍ଡାଳ ଚୋରର ଦୁଃସାହସ: ଦିନ ଦି’ପହରେ ପଶିଗଲା, ତା’ପରେ…

Ordigital Desk
  • Published: Monday, 13 November 2017
  • , Updated: 13 November 2017, 06:49 PM IST
<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଦିନଦି&rsquo;ପହରରେ ସମସ୍ତଙ୍କ ଆଖି ଆଗରେ ପଟି ଲଗାଇ ଅଫିସ୍&zwnj;ରେ ପସିଲା ଲୁଟେରା। ଚାରିଆଡ଼କୁ ଅନାଇ ଚେୟା ପାଖରେ ଲୁଟିଲା। ତା&rsquo;ପରେ ସୁଯୋଗ ଦେଖି ଟଙ୍କା ଲୁଟିବାକୁ ଉଦ୍ୟମ କଲା। ଏପରି ଅଭାବନୀୟ ଘଟଣା ବ୍ରହ୍ମପୁର ମୁଖ୍ୟ ଡାକ ଘରେ ଘସିଛି। ଏ ସମସ୍ତ ଘଟଣା ଡାକ ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।</p> <p>ଆଜି ଦିନ ପ୍ରାୟ ୧୦ଟା ୪୦ ହେବ। ବ୍ରହ୍ମପୁର ମୁଖ୍ୟ ଡାକଘରେ ଲୋକଙ୍କ ପ୍ରବଳ ଭିଡ ଲାଗି ରହିଥିଲା। ବିଭିନ୍ନ କାମରେ କର୍ମଚାରୀ ବ୍ୟସ୍ତ ଥିଲେ। ଏହି ଭିଡର ଫାଇଦା ଉଠାଇ କ୍ୟାସ କାଉଣ୍ଟର ଭିତରକୁ ପଶିଗଲେ ଜଣେ ଯୁବକ। ପ୍ରଥମେ ଚାରିଆଡ଼କୁ ଅନାଇଥିଲେ। ପରେ ଜଣେ ମହିଳା କର୍ମଚାରୀଙ୍କ ଚେୟାର ପଛପଟେ ବସି ଏକ ଲକ୍ଷ ୧୦ ହଜାର ଟଙ୍କା ଚୋରି କରିନେଉଥିଲେ। ଏହି ସମୟରେ ଜଣେ ଲୋକ ଚୋରି ସମ୍ପର୍କରେ ଜାଣିପାରି ଚିତ୍କାର କରିଥିଲେ। ପରେ ପୋଷ୍ଟ ଅଫିସ୍&zwnj;କୁ ଆସିଥିବା ଲୋକେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ଏନେଇ ଟାଉନ୍&zwnj;ରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଜଣେ ଯୁବକକୁ ଗିରଫ କରିଛି। ସିସିଟିଭି ଫୋଟେଜରେ ଥିବା ତଥ୍ୟକୁ ନେଇ ପୋଲିସ ତଦନ୍ତ ଚଳାଇଛି।</p>

Related story