ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସମେତ ମୋଟ ୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଧାନସଭା ଅଧିବେଶନରେ ସାମିଲ ହେଉଥିବା ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ନିମନ୍ତେ କୋଭିଡ୍ ପରୀକ୍ଷାକୁ ବିଧାନସଭା ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲା । ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୩ଦିନ ଧରି ବିଧାନସଭା ପରିସରରେ ବିଧାୟକ, ସେମାନଙ୍କର ବ୍ୟକ୍ତିଗତ […]

Rohit-Pujari

Ordigital Desk
  • Published: Saturday, 02 July 2022
  • , Updated: 02 July 2022, 10:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସମେତ ମୋଟ ୧୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଧାନସଭା ଅଧିବେଶନରେ ସାମିଲ ହେଉଥିବା ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ନିମନ୍ତେ କୋଭିଡ୍ ପରୀକ୍ଷାକୁ ବିଧାନସଭା ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲା ।

ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୩ଦିନ ଧରି ବିଧାନସଭା ପରିସରରେ ବିଧାୟକ, ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭର, ବିଧାନସଭା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା । ତେବେ ଏମାନଙ୍କ ମଧ୍ୟରୁ ଜଣେ ମହିଳା ବିଧାୟିକାଙ୍କ ସମେତ ବିଧାନସଭା ଗେଟ୍ ଦାୟିତ୍ୱରେ ଥିବା କର୍ମଚାରୀ, ସଚିବାଳୟ କର୍ମଚାରୀ ଓ ୩ଜଣ ଗଣମାଧ୍ୟମ ପ୍ରତିନିଧି କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

https://twitter.com/rohitpujaribjd/status/1543265614680117248?s=20&t=Im8rIcFrl6Vuwjvhhs4mSA

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ନିଜେ ଟ୍ୱିଟ୍ କରି ସେ କରୋନା ସଂକ୍ରମିତ ଥିବା ସୂଚନା ଦେଇଛନ୍ତି ଓ ଏହାସହିତ ଗତ ଦୁଇଦିନ ମଧ୍ୟରେ ତାଙ୍କୁ ଭେଟିଥିବା ସମସ୍ତେ ନିଜର ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶରେ ସେ ଏବେ ନିଜେ ଆଇସୋଲେସନରେ ରହିଥିବା ଜଣାଇଛନ୍ତି ।

Related story