ରୁଫ୍ ଟପ୍ ସୋଲାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Ordigital Desk
  • Published: Wednesday, 23 August 2017
  • , Updated: 23 August 2017, 04:40 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାୱାରକଟ୍&zwnj; ସମସ୍ୟାରୁ ମିଳିବ ମୁକ୍ତି। ଲୋକେ କମ୍ପାନୀଠୁ ନୁହେଁ, ଲୋକଙ୍କଠୁ କିଣିବ ବିଦ୍ୟୁତ୍। ରୁଫ୍ ଟପ୍ ସୋଲାର ପ୍ରୋଜେକ୍ଟସ ମାଧ୍ୟମରେ ଏହା ସମ୍ଭବ ହୋଇପାରିବ। ଚଳିତବର୍ଷ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରୁ ୮ ମେଗାୱାଟ୍&zwnj; ସୌରଶକ୍ତି ଉତ୍ପାଦନ ଲାଗି ଲକ୍ଷ୍ୟ ରଖାଯାଇଛି। ଆଜି ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି।<br /> ସୂର୍ଯ୍ୟ କିରଣରୁ ଘରେ ଘରେ ଉତ୍ପାଦନ ହେବ ବିଜୁଳି। କମିବ ବିଜୁଳି ଦର। ଯିବ ପାୱାର କଟ୍&zwnj; ଟେନ୍&zwnj;ସନ୍&zwnj;। ରୁଫ୍ ଟପ୍ ସୋଲାର ପ୍ରୋଜେକ୍ଟସ ଆଣି ଦେବ ଏହି ସୁବିଧା। ଉଭୟ ଗାଁ ଓ ସହରାଞ୍ଚଳରେ ଚଳିତବର୍ଷ ଏହି ପ୍ରକଳ୍ପ ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀରୁ ୪ ମେଗାୱାଟ୍ ଓ ସମଗ୍ର ରାଜ୍ୟରୁ ୮ ମାଗାଓ୍ୱାଟ୍ ବିଜୁଳି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନେ ପ୍ରକଳ୍ପ ଲଗାଇବେ ସେମାନଙ୍କୁ ସରକାର ୩୦ ପ୍ରତିଶତ ସବ୍&zwnj;ସିଡି ଦେବେ। ଏକ କିଲୋୱାଟ ପ୍ରକଳ୍ପ ପାଇଁ ୫୦,୦୦୦ ଟଙ୍କା ଖର୍ଚ୍ଚ ହେବ। ଏଥିରୁ ୧୦,୦୦୦ ଟଙ୍କା ସଂପୃକ୍ତ ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବ। ଅବଶିଷ୍ଟ ୪୦,୦୦୦ ଟଙ୍କା ବ୍ୟାଙ୍କରୁ ଋଣ ସୂତ୍ରରେ ମିଳିବ। ପ୍ରତିମାସରେ ଏଥିପାଇଁ ୬୫୪ ଟଙ୍କା କିସ୍ତୀ ଦେବାକୁ ପଡ଼ିବ। ୧୦ରୁ ୧୨ ବର୍ଗ ମିଟର ଜାଗା ଥିଲେ ଛାତ୍ର ଉପରେ ସୋଲାର ପ୍ୟାନେଲ ଲଗାଇ ହେବ। ଆବଶ୍ୟକତାଠାରୁ ଅଧିକ ବିଜୁଳି ଉତ୍ପାଦନ ହେଲେ ଏହାକୁ ବିଦ୍ୟୁତ କମ୍ପାନୀ କିଣି ନେବେ।<br /> ରାଜ୍ୟରେ ଆବଶ୍ୟକ ହେଉଛି ୪୧୦୦ ମେଗାୱାଟ୍&zwnj; ବିଦ୍ୟୁତ। ତେବେ ଏଥିରୁ ମାତ୍ର ୧୩୫ ମେଗାୱାଟ୍&zwnj; ପବନ ଓ ସୌରଶକ୍ତି ଭଳି ନବୀକରଣ ଯୋଗ୍ୟ ଉତ୍ସରୁ ମିଳୁଛି। ଏଣେ ରୁଫ୍ ଟପ୍ ସୋଲାର ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେଲେ ପାୱାର କଟ୍ କମିବା ସହ ବିଜୁଳି ବିଲ୍ ମଧ୍ୟ କମ୍ ହେବ ବୋଲି ଗ୍ରୀଡ୍&zwnj;କୋ କହିଛି। </p>

Related story