ଜେଜେମା ମରିଯାଇଛି, ତୁ ଥା ମୁଁ ଆସୁଛି

Ordigital Desk
  • Published: Tuesday, 06 March 2018
  • , Updated: 06 March 2018, 07:47 PM IST
<p>ରାଉରକେଲା(ଓଡିଶା ରିପୋର୍ଟର): &ldquo;୧୭ ନେଭେମ୍ବରରେ ଆମର କୋର୍ଟ ମ୍ୟାରେଜ ହୋଇଥିଲା ୨୭ ଜାନୁଆରୀରେ ସମସ୍ତଙ୍କ ସମ୍ମୁଖରେ ବାହାଘର। ଏହାପରେ ସବୁ ଠିକ୍&zwnj; ଠାକ୍&zwnj; ଚାଲିଥିଲା। ଆମେ ଦୁହେଁ ସ୍ୱାମୀ-ସ୍ତ୍ରୀ ଭାବେ ଦିନ କାଟୁଥିଲୁ। ହଠାତ୍&zwnj; ଦିନେ କହିଲେ &ldquo; ମୋ ଜେଜେମା ମରିଗଲେ, ତୁମେ ଥାଅ ମୁଁ ଆସୁଛି&rdquo;। ବାସ୍&zwnj; ଏତିକି କହି ମତେ ତାଙ୍କ ମଝିଆଁ ଭାଇଙ୍କ ଘରେ ଛାଡି ଚାଲି ଆସିଥିଲେ। ଆଉ ଆଜି ଟିଭିରେ ଖବର ଦେଖି ମୁଁ ଜାଣିବାକୁ ପାଇଲି ଯେ, ଶଙ୍କର ଦ୍ୱୀତିୟ ବିବାହ କରୁଛନ୍ତି।&rdquo;</p> <p>ଏମିତି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ରାଉରକେଲା ମଦୁଆ ସ୍ୱାମୀ ଘଟଣାର ୩ୟ ଚରିତ୍ର। ମାନେ ଅଭିଯୁକ୍ତ ଶଙ୍କରଙ୍କ ପ୍ରଥମ ପତ୍ନୀ ବୋଲି ଦାବି କରୁଥିବା ମହିଳା ଜଣକ। ଏଣେ କାଲି ବିବାହ କରିଥିବା ତାଙ୍କ ପତ୍ନୀ ଘଟଣା ସମ୍ପର୍କରେ ଆଜି ସକାଳେ ଜାଣିବାକୁ ପାଇଥିବା କହିଛନ୍ତି । ଏଣୁ ଏଭଳି ଲୋକ ମରିଯିବା ଦରକାର ବୋଲି ସେ କାନ୍ଦିକାନ୍ଦି ଗଣମାଧ୍ୟମ ସମ୍ମୁଖରେ କହିଥିଲେ।</p>

Related story