କଥା ଦିଅ, ଆଉ ମଦ ପିଇବନି

Ordigital Desk
  • Published: Monday, 05 March 2018
  • , Updated: 05 March 2018, 11:00 PM IST
<p>ରାଉରକେଲା(ଓଡିଶା ରିପୋର୍ଟର): ବରପାତ୍ର ମଦ ପିଇ ବାନ୍ତି କଲେ ବୋଲି ମଙ୍ଗୁଳା କନ୍ୟା ଋଷିଥିଲେ। ହେଲେ ପ୍ରାଣପ୍ରିୟଙ୍କୁ ପାଇବାର ଆଶା ତାଙ୍କ ହୃଦୟରେ କ୍ଷମାର ଫୁଲଟିଏ ଫୁଟେଇଦେଲା। ଶେଷରେ ସେଇ ମଦୁଆ ପୁଅଟିକୁ କ୍ଷମା କରି ବାହା ହେବାକୁ ରାଜି ହୋଇଛନ୍ତି କନ୍ୟା ଜଣକ।</p> <p>ଆଜି ସଞ୍ଜରେ ମଦୁଆ ବରକୁ ବାହା ହେବେନି ବୋଲି ଜିଦ୍&zwnj; ଧରି ଥାନାରେ ବସିଥିବା ଷ୍ଟିଲସିଟି ରାଉରକେଲାର ଟାଙ୍ଗରପାଲିର ସେଇ ମଙ୍ଗୁଳା କନ୍ୟା ଜଣଙ୍କର ଥାନାରେ ମନ ବଦଳିଗଲା। ବରପାତ୍ରର ସଫେଇରେ ତାଙ୍କ ମାନ ଭଞ୍ଜନ ହେଲା । ଆଉ ଦେଖୁ ଦେଖୁ ପୋଲିସ ଉପସ୍ଥିତିରେ ଅଦଳବଦଳ ହେଲା ବରଣମାଳ ।</p> <p>କନ୍ୟା ଘରେ ଗୋଟିଏ ବରଣ ପରେ ବେଦୀକୁ ଝିଅ ଆସିବ ବୋଲି ମନା କରିବା ପରେ ପଡିଥିଲା ଉଠିଥିଲା ଟାଙ୍ଗରପାଲି। ହେଲେ ଏବେ ସବୁ ସ୍ଥିର। ଆଉ ଶେଷରେ ପୁଣି ବାହାଘର ହେଲା। କାଲି ବରଘର ପକ୍ଷରୁ ଆୟୋଜିତ ହେବାକୁ ଥିବା ଭୋଜିରେ ସଜେଇ ହୋଇ ବସିବେ ନୂଆବୋହୂ। ଏବେ ଖାଲି ବାକି ରହିଲା ଭୋଜି ଖିଆକୁ।</p>

Related story