ହୀରାଖଣ୍ଡ, ଇଷ୍ଟକୋଷ୍ଟର ଗତିପଥ ବଦଳିବ: ପ୍ରଶାନ୍ତି ଓ ବିଶାଖା ଏକ୍ସପ୍ରେସ୍‌ ବାତିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଉଛି ‘ତିତ୍‌ଲି’। ଏଥିପାଇଁ ସତର୍କତା ଅବଲମ୍ୱନ କରିଛି ରେଳ ବିଭାଗ। ଯାତ୍ରୀ ଓ ଟ୍ରେନ୍‌ର ସୁରକ୍ଷା ଦୃଷ୍ଟିରୁ ଆଜି ରାତି ୧୦ଟା ପରେ ଖୋର୍ଦ୍ଧା ରୋଡ୍‌ରୁ ବିଜୟନଗ୍ରମ ମଧ୍ୟରେ କୌଣସି ଟ୍ରେନ୍‌ ଚଳାଚଳ କରିବନାହିଁ। କିଛି ଟ୍ରେନ୍‌ର ଗତିପଥ ପଦଳାଇଥିବା ବେଳେ ଆଉ କିଛି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ହୀରାଖଣ୍ଡ ଓ ଇଷ୍ଟକୋଷ୍ଟ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ର ଗତିପଥ ପଦଳିଥିବା ବେଳେ ପ୍ରଶାନ୍ତି ଓ ବିଶାଖ ଏକ୍ସପ୍ରେସ୍‌ର ଆସନ୍ତାକାଲିର ଯାତ୍ରା ବାତିଲ୍‌ […]

train....

Manoranjan Sial
  • Published: Wednesday, 10 October 2018
  • , Updated: 10 October 2018, 08:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ରୂପ ନେଉଛି ‘ତିତ୍‌ଲି’। ଏଥିପାଇଁ ସତର୍କତା ଅବଲମ୍ୱନ କରିଛି ରେଳ ବିଭାଗ। ଯାତ୍ରୀ ଓ ଟ୍ରେନ୍‌ର ସୁରକ୍ଷା ଦୃଷ୍ଟିରୁ ଆଜି ରାତି ୧୦ଟା ପରେ ଖୋର୍ଦ୍ଧା ରୋଡ୍‌ରୁ ବିଜୟନଗ୍ରମ ମଧ୍ୟରେ କୌଣସି ଟ୍ରେନ୍‌ ଚଳାଚଳ କରିବନାହିଁ। କିଛି ଟ୍ରେନ୍‌ର ଗତିପଥ ପଦଳାଇଥିବା ବେଳେ ଆଉ କିଛି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ହୀରାଖଣ୍ଡ ଓ ଇଷ୍ଟକୋଷ୍ଟ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ର ଗତିପଥ ପଦଳିଥିବା ବେଳେ ପ୍ରଶାନ୍ତି ଓ ବିଶାଖ ଏକ୍ସପ୍ରେସ୍‌ର ଆସନ୍ତାକାଲିର ଯାତ୍ରା ବାତିଲ୍‌ କରାଯାଇଛି।

ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଛାଡ଼ୁଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌ର ଗତିପଥ ବଦଳାଯାଇଛି। ଏହି ଟ୍ରେନ୍‌ ଭାୟା ସମ୍ୱଲପୁର ଦେଇ ଜଗଦଲପୁର ଯିବ। ହୀରାଖଣ୍ଡ ଟ୍ରେନ୍‌ ସମ୍ୱଲପୁରରୁ ରାୟଗଡ଼ା ଦେଇ ଜଗଦଲପୁର ଯିବ।

ହାୱାଡ଼ା-ସିକନ୍ଦରାବାଦ୍‌ ଇଷ୍ଟକୋଷ୍ଟ୍‌ ଏକ୍ସପ୍ରେସ୍‌ ଆଜି ଭୁବନେଶ୍ୱର ପର୍ଯ୍ୟନ୍ତ ଆସିବ। ଏଠାରୁ ସମ୍ୱଲପୁର, ଟିଟିଲାଗଡ଼, ରାୟଗଡ଼ା ଦେଇ ବିଜୟନଗ୍ରମ ଓ ବିଶାଖାପାଟନମ୍‌ ପର୍ଯ୍ୟନ୍ତ ଯିବ।

ଆସନ୍ତାକାଲି ସକାଳେ ଆସୁଥିବା କୋଣାର୍କ ଏକ୍ସପ୍ରେସ୍‌ ଓ ତିରୁପତି-ପୁରୀ ଏକ୍ସପ୍ରେସ୍‌ ବିଶାଖାପାଟନମ୍‌ ପର୍ଯ୍ୟନ୍ତ ଆସିବ। ଏହି ଦୁଇଟି ଯାକ ଟ୍ରେନ୍‌ ଭୁବନେଶ୍ୱର ଆସିବ ନାହିଁ। ଏଥିପାଇଁ ବିଶାଖାପାଟନମ୍‌ ଷ୍ଟେନ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି କୋଣାର୍କ ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ଛାଡ଼ିବ ନାହିଁ। ଏହି ଟ୍ରେନ୍‌ ବିଶାଖାପାଟନମ୍‌ରୁ ଛାଡ଼ିବ। ସେହିପରି ପୁରୀ-ତିରୁପତି ଏକ୍ସପ୍ରେସ୍‌ ବିଶାଖାପାଟନମ୍‌ରୁ ମଧ୍ୟ ଚଳାଚଳ କରିବ। ସକାଳେ ପରିସ୍ଥିତିକୁ ଲକ୍ଷ୍ୟ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବତଟ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତିପ୍ରକାଶ ମିଶ୍ର କହିଛନ୍ତି।

ବାତ୍ୟାକୁ ଲକ୍ଷ୍ୟକରି ରେଲୱେ ଆଜି ଜାରିକରିଛି ହେଲ୍‌ପ ଲାଇନ୍‌। ନମ୍ବର ଗୁଡ଼ିକ ହେଲା ନଂ- ୮୪୫୫୮୮୫୯୩୬, ୦୬୭୪-୨୩୦୧୫୨୫, ୨୩୦୧୬୨୫। ଏହାଛଡ଼ା ଆସନ୍ତା ୧୧ ଓ ୧୨ ତାରିଖରେ ହେବାକୁ ଥିବା ରେଲୱେ ଗ୍ରୁପ୍‌ ଡି ପରୀକ୍ଷା ବାତିଲ କରାଯାଇଛି।

https://youtu.be/HQ-TqPgVYzo

Related story