ପଦ୍ମ ବିଜେତାଙ୍କୁ ଅସମ୍ମାନ: ମନୋଜ ଦାସଙ୍କୁ ସମ୍ୱର୍ଦ୍ଧନା ବେଳେ ଉଠି ଚାଲିଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପଦ୍ମ ପୁରସ୍କାର ପ୍ରାପ୍ତ ଗାଳ୍ପିକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି.କେ.ମୁନୁସାମି କ୍ରିଷ୍ଣପଖତାଙ୍କୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସାମି ଅସମ୍ମାନ କରିଛନ୍ତି। ଆଗରୁ ଅବଗତ କରାଯାଇନଥିବା କହି ଉଭୟଙ୍କୁ ସମ୍ବର୍ଦ୍ଧନା ଦେବାକୁ ମନା କଲେ ନାରାୟଣ ସାମି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପଦ୍ମ ପୁରସ୍କାର ପାଇଥିବାରୁ ସାହିତ୍ୟିକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି.କେ.ମୁନୁସାମି କ୍ରିଷ୍ଣପଖତାଙ୍କୁ ପୁଡୁଚେରି ରାଜଭବନରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ଥିଲା। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର […]

manoj-das

manoj-das

Manoranjan Sial
  • Published: Tuesday, 28 January 2020
  • Updated: 28 January 2020, 03:49 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପଦ୍ମ ପୁରସ୍କାର ପ୍ରାପ୍ତ ଗାଳ୍ପିକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି.କେ.ମୁନୁସାମି କ୍ରିଷ୍ଣପଖତାଙ୍କୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସାମି ଅସମ୍ମାନ କରିଛନ୍ତି। ଆଗରୁ ଅବଗତ କରାଯାଇନଥିବା କହି ଉଭୟଙ୍କୁ ସମ୍ବର୍ଦ୍ଧନା ଦେବାକୁ ମନା କଲେ ନାରାୟଣ ସାମି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ପଦ୍ମ ପୁରସ୍କାର ପାଇଥିବାରୁ ସାହିତ୍ୟିକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି.କେ.ମୁନୁସାମି କ୍ରିଷ୍ଣପଖତାଙ୍କୁ ପୁଡୁଚେରି ରାଜଭବନରେ ସମ୍ମାନିତ କରିବାର କାର୍ଯ୍ୟକ୍ରମ ଥିଲା। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହ ପରେ ରାଜଭବନରେ ଦୁହିଁଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଆସିଥିଲେ। କିନ୍ତୁ ଯେତେବେଳେ ମୁନୁସାମି ଓ ମନୋଜ ଦାସଙ୍କୁ ସମ୍ବର୍ଦ୍ଧନା ଦେବାକୁ କୁହାଯାଇଥିଲା, ସେତେବେଳେ ରୁକ୍ଷ ଭାବେ ସିଧା ସିଧା ମନା କରିଦେଇଥିଲେ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସାମି। ସମସ୍ତଙ୍କ ସାମ୍ନାରେ ପ୍ରଶ୍ନ କରିଥିଲେ, କାହିଁକି ଆଗରୁ ତାଙ୍କୁ ଏ ସଂପର୍କରେ ଅବଗତ କରାଯାଇନଥିଲା। ଏପରିକି ସେ କାର୍ଯ୍ୟକ୍ରମ ଅଧାରୁ ଛାଡ଼ି ଚାଲି ଯାଇଥିଲା। ପଦ୍ମ ପୁରସ୍କାର ବିଜେତାଙ୍କୁ ଏହା ଅସମ୍ମାନ ବୋଲି କହି, ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି କିରଣ ବେଦୀ।

ଏନେଇ ମନୋଜ ଦାସ କହିଛନ୍ତି-“ଅପମାନ ନୁହେଁ, ଉଭୟଙ୍କ ମଧ୍ୟରେ ବିବାଦ ପାଇଁ ଏମିତି ସ୍ଥିତି ଉପୁଜିଥିଲା। ଆଜି ନିଜେ ମୁଖ୍ୟମନ୍ତ୍ରୀ ମୋ ଘରକୁ ଆସି ସମ୍ମାନିତ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story