ରୟାଲ ବେଙ୍ଗଲକୁ ନେଇ ପୁଣି ବିବାଦ: ବର୍ଷକରେ କେଉଁଠୁ ଆସିଲେ ଅଧିକ ୬୦

ଭୁବନେଶ୍ୱର: ରାଜ୍ୟରେ ବାଘ ସଂଖ୍ୟା କେତେ, ତାକୁ ନେଇ ପୁଣି ନୂଆ ବିବାଦ ସୃଷ୍ଟି ହୋଇଛି।  ଜଙ୍ଗଲ ବିଭାଗର ବାର୍ଷିକ ପ୍ରଦର୍ଶନ ନେଇ ତଥ୍ୟ ରଖିବା ବେଳେ ବିଭାଗୀୟ ମନ୍ତ୍ରୀ କହୁଛନ୍ତି  ଓଡିଶାରେ ବାଘ ସଂଖ୍ୟା ୧୦୦  ହେବ।  ବର୍ଷକ ତଳେ ସେହି ଜଙ୍ଗଲ ବିଭାଗ ବାଘଙ୍କ ସଂଖ୍ୟା ୪୦ ବୋଲି ଦର୍ଶାଇଥିଲା। ୧୨ ମାସରେ ଏଇ ସଂଖ୍ୟାରେ ନୂଆ ବାଘ ୬୦ଟି ବଢି ୧୦୦ରେ ପହଞ୍ଚି ଗଲା। ତେବେ ଏହା କିପରି ସମ୍ଭବ ହେଲା ଓ […]

royal-bengal

Rakesh Mallick
  • Published: Thursday, 25 May 2017
  • , Updated: 25 May 2017, 09:04 PM IST

ଭୁବନେଶ୍ୱର: ରାଜ୍ୟରେ ବାଘ ସଂଖ୍ୟା କେତେ, ତାକୁ ନେଇ ପୁଣି ନୂଆ ବିବାଦ ସୃଷ୍ଟି ହୋଇଛି।  ଜଙ୍ଗଲ ବିଭାଗର ବାର୍ଷିକ ପ୍ରଦର୍ଶନ ନେଇ ତଥ୍ୟ ରଖିବା ବେଳେ ବିଭାଗୀୟ ମନ୍ତ୍ରୀ କହୁଛନ୍ତି  ଓଡିଶାରେ ବାଘ ସଂଖ୍ୟା ୧୦୦  ହେବ।  ବର୍ଷକ ତଳେ ସେହି ଜଙ୍ଗଲ ବିଭାଗ ବାଘଙ୍କ ସଂଖ୍ୟା ୪୦ ବୋଲି ଦର୍ଶାଇଥିଲା। ୧୨ ମାସରେ ଏଇ ସଂଖ୍ୟାରେ ନୂଆ ବାଘ ୬୦ଟି ବଢି ୧୦୦ରେ ପହଞ୍ଚି ଗଲା। ତେବେ ଏହା କିପରି ସମ୍ଭବ ହେଲା ଓ ଏଥିରେ ସତ୍ୟତା କେତେ ରହିଛି ତାକୁ ନେଇ ଏବେ ବିବାଦ ଦେଖା ଦେଇଛି।

ବାଘ ସଂଖ୍ୟାକୁ ନେଇ ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟ ନୂଆ ବିବାଦ ସୃଷ୍ଟି କରିଛି। ରୟାଲ ବେଙ୍ଗଲ ସଂଖ୍ୟାକୁ ନେଇ ଜଙ୍ଗଲ ମନ୍ତ୍ରୀଙ୍କ ତଥ୍ୟ କେତେବେଳେ ୪୦ ତ ଆଉ କେତେବେଳେ ୮୦ରୁ ୧୦୦। ଏହାସହ ବାଘ ଗଣନାକୁ ନେଇ ବି ପ୍ରଶ୍ନ ସୃଷ୍ଟି ହୋଇଛି। କ୍ୟାମେରା ଟ୍ରାପିଂ ଓ  ପାଦ ଚିହ୍ନ ପ୍ରକ୍ରିୟାରେ ବାଘ ଗଣନା  କରାଯାଇଥାଏ।  ବର୍ଷକ ତଳେ ଏଇ ଦୁଇ ପ୍ରକ୍ରିୟାରେ ହୋଇଥିବା ଗଣନା ଅନୁସାରେ ଓଡିଶାରେ ବାଘ ସଂଖ୍ୟା ୪୦ ବୋଲି ରାଜ୍ୟ ସରକାର ଦର୍ଶାଇଥିଲେ। ଏବେ ବିଭାଗୀୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହୁଛନ୍ତି,“ପଗ୍ ମାର୍କ ଗଣନା ଅନୁସାରେ ବାଘ ସଂଖ୍ୟା ୮୦ରୁ ୧୦୦। କ୍ୟାମେରା ଟ୍ରାପିଂ ମାଧ୍ୟମରେ ବାଘ ଗଣନା କଲେ  ଲାଇଟ୍‌କୁ ଦେଖି ବାଘ କ୍ୟାମେରାକୁ ଆସୁନହାନ୍ତି।”

ବର୍ଷକ ତଳେ ବାଘ ସଂଖ୍ୟା ଥିଲା ୪୦। ମାତ୍ର ୧୨ ମାସରେ ଏ ସଂଖ୍ୟା ୮୦ରୁ ୧୦୦ ହୋଇଯିବାକୁ ନେଇ ବିଶେଷଜ୍ଞମାନେ ବି ସନ୍ଦେହ ପ୍ରକାଶ କରିଛନ୍ତି।

ପୂର୍ବତନ ପିସିସିଏଫ୍‌ ବିଜୟକେତନ ପଟ୍ଟନାୟକ କହିଛନ୍ତି,“କ୍ୟାମେରା ଟ୍ରାପ୍‌ରେ ୨୮ ବାଘ ଓଡ଼ିଶାରେ ଥିବା ଜଣାପଡିଛି। ରାଜ୍ୟ ସରକାର ଦୁଇଟିକୁ ମିଶାଇ ୪୦ କହିଛନ୍ତି। ଦୁଇଟି ଯାକ ସଂଖ୍ୟା ଗ୍ରହଣୀୟ ନୁହେଁ। ଓଡ଼ିଶାରେ ୮୦ରୁ ଅଧିକ ବାଘ ଥିବା ଗ୍ରହଣୀୟ ନୁହେଁ।”

ବନ୍ୟପ୍ରାଣୀ ବିଶେଷଜ୍ଞ ଲାଲା ଏ.କେ. ସିଂ କହିଛନ୍ତି,“ଆଜିକା ଦିନରେ ବାଘ ସଂଖ୍ୟା ବଢିବ ଭାବିବା ଭୁଲ। ପଗ୍‌ ମାର୍କ ହେଉଛି ସବୁଠାରୁ ବିଶ୍ୱାସ ଯୋଗ୍ୟ ଗଣନା। ୮୦ କି ୧୦୦ ବାଘ ଅଛନ୍ତି କହିବା କଷ୍ଟକର।”

୨୦୧୪ରେ ନ୍ୟାସନାଲ୍ ଟାଇଗର୍ କନଜରଭେସନ୍ ଅଥରିଟି ଅଫ୍ ଇଣ୍ଡିଆା ଓଡିଶାରେ ବାଘ  ଗଣନା କରିଥିଲା। ୨୦୧୫ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଓଡିଶାରେ ମାତ୍ର ୨୮ଟି ରୟାଲ ବେଙ୍ଗଲ ଟାଇଗର ଥିଲେ। ହେଲେ ରାଜ୍ୟ ସରକାର ଏହାକୁ ଗ୍ରହଣ କରି ନ ଥିଲେ। ଏବେ ପୁଣି ବାଘ  ସଂଖ୍ୟାକୁ ନେଇ ଅଡୁଆ ସୃଷ୍ଟି ହୋଇଛି।

Related story