ମୁହଁରେ କଳାପଟି ବାନ୍ଧି ଆସିଥିଲେ: ଥାନା ଅଧିକାରୀଙ୍କୁ ନିସ୍ତୁକ ପିଟିଲେ

ଟିଟିଲାଗଡ଼:ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଆରପିଏଫ୍‌ ଥାନା ଅଧତ୍କାରୀ ସୁଶୀଲ ପାଠକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଥାନାରୁ ଘରକୁ ଫେରିଲା ବେଳେ ୩ ଜଣ ଦୁର୍ବୃତ୍ତ ମୁହଁରେ କଳାପଟି ବାନ୍ଧି ତାଙ୍କୁ ଲୁହାଛଡ଼ରେ ଆକ୍ରମଣ କରିଥିଲେ।

ଥାନା ଅଧତ୍କାରୀ ସୁଶୀଲ ପାଠକ କହିଛନ୍ତି,“ରାତିରେ ଅଫିସ୍‌ରୁ କ୍ୱାର୍ଟର୍ସକୁ ଯାଉଥିବା ବେଳେ ଟିଟିଲାଗଡ଼ର ପୁରୁଣା ମାଲଗୋଦାମ ନିକଟରେ ୩ ଜଣ ଦୁର୍ବୃତ୍ତ ମୁହଁରେ କଳାପଟି ବାନ୍ଧି ଅଚାନକ ଲାଠି ଓ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ଏଠାରେ ମୋର କାହା ସହିତ ବ୍ୟକ୍ତିଗତ ଶତ୍ରୁତା ନାହିଁ।”