ସରକାରୀ କର୍ମଚାରୀ ଓ ଛୋଟ ପିଲା ବି ନେଇଛନ୍ତି କାଳିଆ ଟଙ୍କା, ଆଦାୟ ପାଇଁ ଗଳାବାଟ ବାହାର କଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ସରକାରୀ ଚାକିରିଆ ବି ହଡ଼ପ କରିଛନ୍ତି କାଳିଆ ଟଙ୍କା । ଶହେ କି ଦୁଇ ଶହ ନୁହେଁ । ପ୍ରାୟ ୨୦ ହଜାର ଚାକିରିଆ ଚଳୁ କରିଛନ୍ତି କାଳିଆ ଯୋଜନା ବାବଦ ସହାୟତା ରାଶି । ମୋଟ୍ ଉପରେ ୩ ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି କାଳିଆ ଟଙ୍କା । ଯାହା ମଧ୍ୟରେ ବଡ଼ଚାଷୀ ଓ ନାବାଳକ ମଧ୍ୟ ଅଛନ୍ତି।  ଜଣକା ୫ ହଜାର ଟଙ୍କା ଲେଖାଏଁ ହେଲେ ଅଯୋଗ୍ୟଙ୍କ ବାବଦରେ ପାଣିରେ […]

908

908

Tapas Behera
  • Published: Tuesday, 17 September 2019
  • Updated: 17 September 2019, 08:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ସରକାରୀ ଚାକିରିଆ ବି ହଡ଼ପ କରିଛନ୍ତି କାଳିଆ ଟଙ୍କା । ଶହେ କି ଦୁଇ ଶହ ନୁହେଁ । ପ୍ରାୟ ୨୦ ହଜାର ଚାକିରିଆ ଚଳୁ କରିଛନ୍ତି କାଳିଆ ଯୋଜନା ବାବଦ ସହାୟତା ରାଶି । ମୋଟ୍ ଉପରେ ୩ ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି କାଳିଆ ଟଙ୍କା । ଯାହା ମଧ୍ୟରେ ବଡ଼ଚାଷୀ ଓ ନାବାଳକ ମଧ୍ୟ ଅଛନ୍ତି।  ଜଣକା ୫ ହଜାର ଟଙ୍କା ଲେଖାଏଁ ହେଲେ ଅଯୋଗ୍ୟଙ୍କ ବାବଦରେ ପାଣିରେ ପଡ଼ିଛି ପ୍ରାୟ ୧୭୦ କୋଟି ଟଙ୍କା। ଏହି ଟଙ୍କା ଫେରିବା ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ଗଳାବାଟ ବାହାର କରିଛନ୍ତି ରାଜ୍ୟ ସରକାର । ସେପଟେ ନୂଆ ତଥ୍ୟ ଆସିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।

କାଳିଆ ଯୋଜନାରେ ଅଯୋଗ୍ୟ ସଂଖ୍ୟା ଛୁଇଁଲାଣି ୩ଲକ୍ଷ ୪୧ ହଜାର । ଆଶ୍ଚର୍ଯ୍ୟର କଥା ହେଲା-ସରକାରୀ ଚାକିରିଆ ବି ପାଇଛନ୍ତି କାଳିଆ ଟଙ୍କା । ନିଜକୁ କାଳିଆ ହିତାଧିକାରୀ ଭାବେ ପଞ୍ଜୀକରଣ କରି ଲୁଟିଛନ୍ତି ସରକାରୀ ଟଙ୍କା । ଏମାନଙ୍କ ସଂଖ୍ୟା ବି କିଛି କମ୍ ନୁହେଁ । ୨୦ ହଜାର ସରକାରୀ ଚାକିରିଆ ହଡ଼ପ କରିଛନ୍ତି ସହାୟତା ରାଶି । ଏହା ବାଦ୍  ୯ ହଜାର ନାବାଳକ, ୧୨ ହଜାର ବଡଚାଷୀ, ଏପରିକି ପ୍ରାୟ ୩ ଲକ୍ଷ ହିତାଧିକାରୀ, ଗୋଟିଏ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଦର୍ଶାଇ ହିତାଧିକାରୀ ଭାବେ ପାଇଛନ୍ତି କାଳିଆ ଟଙ୍କା।

ଏ ବାବଦରେ ସରକାରୀ ତହବିଲରୁ  ଖର୍ଚ୍ଚ ହୋଇଛି ପ୍ରାୟ ୧୭୦ କୋଟି ଟଙ୍କା।  ତେବେ ବଣ୍ଟା ଯାଇଥିବା ଟଙ୍କା ଫେରିବା ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ଗଳବାଟ ବାହର କରିଛନ୍ତି ସରକାର। ସରକାରୀ ଚାକିରିଆ ଓ ପେନସନ୍ ଭୋଗୀଙ୍କୁ ଟଙ୍କା ଫେରସ୍ତ ପାଇଁ କୁହାଯିବ। ନହେଲେ ଦରମାରୁ  ଏହି ଟଙ୍କା କଟାଯିବ। ସେହିପରି ନାବାଳକଙ୍କ କ୍ଷେତ୍ରରେ ପରିବାର ମୁଖ୍ୟଙ୍କ ପରବର୍ତ୍ତୀ କିସ୍ତିରେ ଏହି ରାଶିକୁ ବ୍ୟବସ୍ଥିତ କରାଯିବ। ବଡ଼ଚାଷୀଙ୍କୁ ଟଙ୍କା ଫେରସ୍ତ ପାଇଁ ପ୍ରବର୍ତ୍ତାଯିବ। ସେହଭଳି ଗୋଟିଏ ଯୋଗ୍ୟ ପରିବାରୁ ଏକାଧିକ ହିତାଧିକାରୀ ଟଙ୍କା ପାଇଥିଲେ ତାକୁ ମଧ୍ୟ ପରବର୍ତ୍ତି କିସ୍ତିରେ ବ୍ୟବସ୍ଥିତ କରାଯିବ।

ଅଯୋଗ୍ୟ ତଥ୍ୟ ପଦାକୁ ଆସିବାପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ନିର୍ବାଚନ ଜିତିବା ପାଇଁ ତରବରିଆ ଭାବେ ଟଙ୍କା ବଣ୍ଟାଯାଇଛି ବୋଲି ବିରୋଧୀ କଂଗ୍ରେସ  ଓ ବିଜେପି ଅଭିଯୋଗ କରିବା ସହ ଯେଉଁମାନେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଛିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ପାଇଁ ଦାବି କରିଛନ୍ତି।

ମୋଟ୍ ୫୧ଲକ୍ଷ ୫ହଜାର ୨୯୦ ଜଣଙ୍କୁ କାଳିଆ ସହାୟତା ପ୍ରଦାନ କାରଯାଇଛି । ତେବେ ଅଯୋଗ୍ୟଙ୍କ ଠାରୁ କିଭଳି ଟଙ୍କା ଫେରାଇ ଅଣାଯିବ ତାହା ସରକାରଙ୍କ ପାଇଁ ଚ୍ୟାଲେଂଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos