ସୂଚନା ଅଧିକାର କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପୁରୀ(ଓଡ଼ିଶା ରିପୋର୍ଟର): ସୂଚନା ଅଧିକାର କର୍ମୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଗାଁ ଦାଣ୍ଡରୁ ପୁଲିସ ଉଦ୍ଧାର କରାଯିବା ପରେ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗୁରୁତର ଜଣକ ପୁରୀ ସଦର ଉପକଣ୍ଠ ଛଇତନାର ସନ୍ତୋଷ ମହାନ୍ତି। ଗତକାଲି ଅପରାହ୍ନରେ ତାଙ୍କ ଉପରେ ଏଭଳି ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ଆଜି ତାଙ୍କ ପତ୍ନୀଙ୍କ ଶତାଧିକ ସୂଚନାଧିକାର କର୍ମୀ […]

RTI-activist

  • Published: Monday, 29 August 2022
  • , Updated: 29 August 2022, 04:58 PM IST

ପୁରୀ(ଓଡ଼ିଶା ରିପୋର୍ଟର): ସୂଚନା ଅଧିକାର କର୍ମୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଗାଁ ଦାଣ୍ଡରୁ ପୁଲିସ ଉଦ୍ଧାର କରାଯିବା ପରେ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗୁରୁତର ଜଣକ ପୁରୀ ସଦର ଉପକଣ୍ଠ ଛଇତନାର ସନ୍ତୋଷ ମହାନ୍ତି।

ଗତକାଲି ଅପରାହ୍ନରେ ତାଙ୍କ ଉପରେ ଏଭଳି ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ଆଜି ତାଙ୍କ ପତ୍ନୀଙ୍କ ଶତାଧିକ ସୂଚନାଧିକାର କର୍ମୀ ମିଶି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି।

ସୂଚନା ମୁତାବକ, ସନ୍ତୋଷ ପ୍ରକୃତିକ ବିପର୍ଯ୍ୟୟ ବାତ୍ୟା, ବନ୍ୟା ସମେତ ରାସ୍ତାଘାଟ ଦୁର୍ନୀତିର ପର୍ଦ୍ଦାଫାସ୍ ପାଇଁ ଅନେକ ଆରଟିଆଇ ତଥ୍ୟ ସର୍ବସାଧାରଣରେ ଉପସ୍ଥାପିତ କରି ଆସୁଥିଲେ। ଯାହାକୁ ନେଇ ସ୍ଥାନୀୟ ରାଜନେତାଙ୍କ ଆକ୍ରୋଶର ଶିକାର ହୋଇଥିଲେ।

ତେବେ ତାଙ୍କୁ ଗତକାଲି ଗାଁ ଦାଣ୍ଡରେ ଛଇତନା ସରପଞ୍ଚ ଓ ତାଙ୍କ ସମର୍ଥିତ ଲୋକେ ମରଣାତକ ଆକ୍ରମଣ କରିଥିବା ଏତଲାରେ ଦର୍ଶାଯାଇଛି। ସନ୍ତୋଷ ପଞ୍ଚାୟତରେ ହେଉଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରି ସାଧାରଣରେ ଉପସ୍ଥାପିତ କରିଥିଲେ। ଯେଉଁଥି ପାଇଁ ପ୍ରତିହିଂସା ପରାୟଣ ହୋଇ ଏହି ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ ହୋଇଛି।

ସେପଟରେ ଏହି ମାମଲାରେ ସଦର ପୁଲିସ ଛଇତନା ଗ୍ରାମର ୪ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି।

Related story