ଚାକିରି ନାଁରେ ଲାଞ୍ଚ ନେଇଥିଲେ, ହେଲେ ବଖାଣି ଫସିଗଲେ ଆରଟିଓ

ନବରଙ୍ଗପୁର(ନବଘନ ବିଶୋୟୀ):  “ବେଶି ଯୁକ୍ତିତର୍କ କରନା। କାହାକୁ କେତେ ପଇସା ଦେଇଥିଲୁ କହ, ତୁ ତୋର ପଇସା ପାଇଲେ କଥା ଛିଣ୍ଡିଲା।” ଏକ ଭିଡିଓରେ ଏପରି କହି ଅଡ଼ୁଆରେ ପଡ଼ିଛନ୍ତି ନବରଙ୍ଗପୁର ଆରଟିଓ। ନିଜ କାର୍ଯ୍ୟାଳୟର ଜଣେ ବ୍ୟକ୍ତିଙ୍କୁ ସେ ନେଇଥିବା ୧୫ ହଜାର ଟଙ୍କା ଫେରାଇବାକୁ କହୁଥିବା ବେଳେ ନିଜେ ବି ୩୦ ହଜାର ଟଙ୍କା ନେଇଥିବା ସ୍ୱୀକାର କରିଛନ୍ତି। ଚାକିରି ସ୍ଥାୟୀ କରାଇ ଦେବାକୁ ଜଣେ ଯୁବକଙ୍କଠାରୁ ନେଇଥିବା ଲାଞ୍ଚ ଟଙ୍କା ସମ୍ପର୍କରେ ବଖାଣି […]

bribe-1

Niharika Rout
  • Published: Monday, 24 February 2020
  • , Updated: 24 February 2020, 12:54 PM IST

ନବରଙ୍ଗପୁର(ନବଘନ ବିଶୋୟୀ):  “ବେଶି ଯୁକ୍ତିତର୍କ କରନା। କାହାକୁ କେତେ ପଇସା ଦେଇଥିଲୁ କହ, ତୁ ତୋର ପଇସା ପାଇଲେ କଥା ଛିଣ୍ଡିଲା।” ଏକ ଭିଡିଓରେ ଏପରି କହି ଅଡ଼ୁଆରେ ପଡ଼ିଛନ୍ତି ନବରଙ୍ଗପୁର ଆରଟିଓ। ନିଜ କାର୍ଯ୍ୟାଳୟର ଜଣେ ବ୍ୟକ୍ତିଙ୍କୁ ସେ ନେଇଥିବା ୧୫ ହଜାର ଟଙ୍କା ଫେରାଇବାକୁ କହୁଥିବା ବେଳେ ନିଜେ ବି ୩୦ ହଜାର ଟଙ୍କା ନେଇଥିବା ସ୍ୱୀକାର କରିଛନ୍ତି। ଚାକିରି ସ୍ଥାୟୀ କରାଇ ଦେବାକୁ ଜଣେ ଯୁବକଙ୍କଠାରୁ ନେଇଥିବା ଲାଞ୍ଚ ଟଙ୍କା ସମ୍ପର୍କରେ ବଖାଣି ଏପରି ହରଡ଼ଘଣାରେ ପଡ଼ିଛନ୍ତି ନବରଙ୍ଗପୁର ଆରଟିଓ ।

ପୂରା ଘଟଣାଟି ଏହିପରି। ୨ ବର୍ଷ ପୂର୍ବେ ନବରଙ୍ଗପୁର ଆରଟିଓରେ ଅସ୍ଥାୟୀ କର୍ମଚାରୀ ଭାବେ ଡାଟା ଅପରେଟର ପଦବୀରେ ଯୋଗ ଦେଇଥିଲେ ବଡ଼କୁମୁଲି ଗାଁର ଆକାଶ ହରିଜନ । ଆକାଶ ନିଜ ପଦକୁ ସ୍ଥାୟୀ କରିବା   ନିମନ୍ତେ ୨୦୧୭ ମସିହାରେ  ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କୁ ୩୦ ହଜାର ଟଙ୍କା ଓ ମୁଖ୍ୟ କିରାଣିଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ହେଲେ ୨ ବର୍ଷ ପରେ ଚାକିରି ସ୍ଥାୟୀ କରିବା ପାଇଁ କହିବାରୁ ଆରଟିଓ ତାଙ୍କୁ ପୁଣି ଥରେ ୪୦ ହଜାର ଟଙ୍କା ମାଗିଥିଲେ। ଆକାଶ ଗତ ନଭେମ୍ବର ୧୪ ତାରିଖରେ ଏକ ଆକାଉଣ୍ଟରେ ଏହି ଟଙ୍କା ଦେଇଥିଲେ ମଧ୍ୟ ତାଙ୍କ ଚାକିରିକୁ ସ୍ଥାୟୀ କରାଯାଇ ନ ଥିଲା। ଏପରିକି ତାଙ୍କୁ ୧୬ ମାସର ଦରମା ମିଳି ନ ଥିବା ଅଭିଯୋଗ ଆଣିଛନ୍ତି ଆକାଶ।

ଏଥିରେ ଅତିଷ୍ଠ ହୋଇ ଆକାଶ ଆରଟିଓଙ୍କୁ ଟଙ୍କା ମାଗିବାରୁ ସେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଚାକିରୀ ନିୟମିତ ନହେବା ପରେ ଟଙ୍କା ମାଗିବାରୁ ଯାହା ଟଙ୍କା ନିଆଯାଇଛି, ତାହା ଫେରାଇ ଦିଆଯିବ ବୋଲି ଭିଡିଓରେ କହିଛନ୍ତି ନିଜେ RTO । ଏ ସମ୍ପର୍କୀତ ଭିଡିଓ ଗତ ୨୧ ତାରିଖରେ ଭାଇରାଲ ହେବା ପରେ ଆକାଶ ୨୨ ତାରିଖରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୁଲିସ୍‌ ଗଣେଶ୍ୱରଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଜଣେ ଡିଏସ୍‌ପି ସ୍ତରର ଅଧିକାରୀ ଏହାର ତଦନ୍ତ କରିବେ ବୋଲି ଜଣାଯାଇଛି।

Related story