ରୁଦ୍ରଙ୍କ ଇଚ୍ଛା ଅଛି, ସିଧା ନ କହିଲେ ବି...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବାପାଙ୍କ ସହ ୨ଟି ନିର୍ବାଚନ ବୁଲିଛି। ଅଭିଜ୍ଞତା ଅଛି। ତେଣୁ ମୁଁ ଜନ୍ମରୁ ରେଡି।” ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ପିପିଲି ଆସନ ନିମନ୍ତେ ଆଶାୟୀ ଥିବା ରୁଦ୍ର ମହାରଥୀ ଏପରି ଭାବେ ପରୋକ୍ଷରେ ନିଜ ଆଶା ବ୍ୟକ୍ତ କରିଛନ୍ତି। ଏଥିସହ ମା’ଙ୍କର ବି ଅଭିଜ୍ଞତା ରହିଥିବା କଥା ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ପାର୍ଟି ଯାହାକୁ ପ୍ରାର୍ଥୀ କରିବ, ଆମ ପରିବାର ତାକୁ ସମର୍ଥନ କରିବ। ବାପାଙ୍କର ବହୁ ସ୍ୱପ୍ନ […]

Reddy

Niharika Rout
  • Published: Thursday, 28 January 2021
  • , Updated: 28 January 2021, 06:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବାପାଙ୍କ ସହ ୨ଟି ନିର୍ବାଚନ ବୁଲିଛି। ଅଭିଜ୍ଞତା ଅଛି। ତେଣୁ ମୁଁ ଜନ୍ମରୁ ରେଡି।” ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ପିପିଲି ଆସନ ନିମନ୍ତେ ଆଶାୟୀ ଥିବା ରୁଦ୍ର ମହାରଥୀ ଏପରି ଭାବେ ପରୋକ୍ଷରେ ନିଜ ଆଶା ବ୍ୟକ୍ତ କରିଛନ୍ତି। ଏଥିସହ ମା’ଙ୍କର ବି ଅଭିଜ୍ଞତା ରହିଥିବା କଥା ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, “ପାର୍ଟି ଯାହାକୁ ପ୍ରାର୍ଥୀ କରିବ, ଆମ ପରିବାର ତାକୁ ସମର୍ଥନ କରିବ। ବାପାଙ୍କର ବହୁ ସ୍ୱପ୍ନ ଥିଲା। କୋଭିଡ ସମୟରେ ବାପାଙ୍କର ହାଇ ଡାଇବେଟିସ ଥିଲା, ଆସ୍ଥମା ଥିଲା। ହେଲେ ସେ ସବୁବେଳେ ଲୋକଙ୍କ କାମ ପାଇଁ ତତ୍ପର ରହୁଥିଲେ।” ବାପା କହୁଥିଲେ, “ମାଟି ପାଇଁ ମୁଁ ମଣିଷ, ମାଟି ପାଇଁ ଯାହା ଦରକାର କରିବି। ମାଟିରେ ମିଶିଯିବି।”

“ଜନ୍ମ ବେଳୁ ବାପା ଏମଏଲଏ ଥିବାରୁ ଆମେ ପିଲାବେଳୁ ରାଜନୀତି ଦେଖି ଆସିଛୁ। ରାଜନୈତିକ ପରିବାରରେ ଜନ୍ମ ହୋଇଥିବାରୁ ସବୁ କାମ କରି ଚାଲିଛୁ। ତେଣୁ ମୁଁ ଜନ୍ମରୁ ପ୍ରସ୍ତୁତ ଅଛି। ଆମକୁ ଦଳରୁ ଯାହା ଆଦେଶ ଆସିବ ମୁଁ ଓ ମା ପାଳନ କରିବୁ।” ମା’ଙ୍କର ବି ନିର୍ବାଚନ ପରିଚାଳନା ଅଭିଜ୍ଞତା ଥିବା ଜଣାଇଛନ୍ତି ରୁଦ୍ର।

ଏଥିସହ କହିଛନ୍ତି, ସୁଯୋଗ ପାଇଲେ ମାଟିର ଉନ୍ନତି, ଯୁବପୀଢ଼ିର ଉନ୍ନତି, ପିପିଲି, ଡେଲାଙ୍ଗର ଉନ୍ନତିକୁ ଆଖି ଆଗରେ ରଖିବି। ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାକୁ ମୋ ପରିବାର ଚେଷ୍ଟା କରିବ। ବାପା ପରେ ମା’ କିମ୍ବା ମୋତେ ଦାୟିତ୍ୱ ମିଳିଲେ ଆମେ ମିଳିମିଶି କାମ କରିବୁ ବୋଲି କହିଛନ୍ତି ରୁଦ୍ର।

ହେଲେ ଏ ବିଷୟରେ ମୁଁହ ଖୋଲିବାକୁ ମନା କରି ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ମାନିବେ ବୋଲି କହିଛନ୍ତି ପ୍ରତିଭା ମହାରଥୀ। ସେ କହିଛନ୍ତି, ଏ ବିଷୟରେ ଆମର କିଛି କହିବାର ନାହିଁ ।  ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ, ଯାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ହେଲେ ଏହା ପୂର୍ବରୁ ସୁଯୋଗ ମିଳିଲେ ମୁଁ ଖୁସି ହେବି ବୋଲି କହିଥିଲେ ପ୍ରତିଭା ମହାରଥୀ।

ସୂଚନାଯୋଗ୍ୟ, ବିଜେଡିର ଗଡ଼ କୁହାଯାଉଥିବା ପିପିଲି ବିଧାନସଭା କ୍ଷେତ୍ରରୁ ପ୍ରଦୀପ ମହାରଥୀ ୭ ଥର ବିଧାୟକ ଭାବେ ଜିତି ମନ୍ତ୍ରୀ ପଦ ବି ପାଇଥିଲେ। କରୋନାରେ ତାଙ୍କର ମୃତ୍ୟୁ ହେବାରୁ ପିପିଲିରେ ଉପନିର୍ବାଚନ ହେବାକୁ ଯାଉଛି। ବିଜେଡିରୁ ଏଠାରେ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା  ଲାଗି ରହିଥିବା ବେଳେ ମହାରଥୀଙ୍କ ପରିବାର ସପକ୍ଷରେ ଅନୁକମ୍ପା ହାୱା ରହିଛି । ପିପିଲି ନିର୍ବାଚନୀ ମଣ୍ଡଲିରୁ ୨୦୧୯ ନିର୍ବାଚନରେ ମହାରଥୀ  ୮୮,୫୧୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆଶ୍ରିତ ପଟ୍ଟନାୟକ ୭୨,୭୩୧ ଖଣ୍ଡ ଭୋଟ ଭୋଟ ପାଇଥିଲେ।

 

Related story