ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ହୋଟେଲରେ ରୁଷୀୟ ସାଂସଦ ପାଭେଲ୍ ଆଣ୍ଟୋଭଙ୍କ ମୃତ୍ୟୁ ଘଟଣାରେ ତଦନ୍ତରେ ସହଯୋଗ ପାଇଁ ଦୁଇ ଏକ୍ସପର୍ଟଙ୍କୁ ଡାକିଲା କ୍ରାଇମବ୍ରାଞ୍ଚ। ସିବିଆଇ ସିଏଫ୍ଏସ୍ଏଲ୍ର ପୂର୍ବତନ ନିର୍ଦ୍ଦେଶକ ରାଜେନ୍ଦ୍ର ଡାଙ୍ଗି ଓ ଦିଲ୍ଲୀ ଏମ୍ସ ଡାକ୍ତର ଡୋଗ୍ରାଙ୍କ ସହାୟତା ପାଇଁ ଡାକିଛି କ୍ରାଇମ୍ବ୍ରାଞ୍ଚ। ଉଭୟ ଡମି ଯୋଗେ ପାଭେଲଙ୍କ ଛାତରୁ ପଡ଼ି ମୃତ୍ୟୁର ପର୍ଯ୍ୟାଲୋଚନା କରିବେ।
ସେପଟେ ରୁଷୀୟ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ୬ ଦିନ ହେଲାଣି ଖୋଳତାଡ଼ ଚଳାଇଛି। ଆଜି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ରାୟଗଡ଼ା ଟାଉନ ଥାନାରେ ପହଞ୍ଚି ଏ ସଂପର୍କିତ ଫାଇଲ ସଂଗ୍ରହ କରିଥିଲେ।
ସୂଚନା ଥାଉକି, ସନ୍ଦେହଜନକ ଅବସ୍ଥାରେ ରୁଷୀୟ ସାଂସଦ ପାଭେଲ୍ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ହୋଇଥିଲା। ଡିସେମ୍ବର ୨୨ରେ ପ୍ରଥମେ ପ୍ରାଣ ହରାଇଥିବା ଭ୍ଲାଦିମିର୍ ବିଦାନୋଭଙ୍କର ୨୩ ତାରିଖରେ ରାୟଗଡ଼ା ସିରିଗୁଡ଼ା ମଶାଣିରେ ଅନ୍ତିମ ସତ୍କାର କରାଯାଇଥିଲା। ଏହାର ଦିନକ ପରେ ଆଣ୍ଟୋଭ୍ଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ବି ସିରିଗୁଡ଼ା ମଶାଣିରେ ଅନ୍ତିମ ସତ୍କାର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।