ସବୁ ଧର୍ମର ବରିଷ୍ଠ ଲୋକଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ତୀର୍ଥ ଭ୍ରମଣ ଯୋଜନା

ଭୁବନେଶ୍ୱର: ସବୁ ଧର୍ମର ଲୋକଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ବରିଷ୍ଠ ନାଗରିକଙ୍କ ତୀର୍ଥ ଭ୍ରମଣ ଯୋଜନା । ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଦେଶ ଓ ରାଜ୍ୟର ତୀର୍ଥସ୍ଥାନ ବୁଲିବାକୁ ଏହି ସୁବିଧା ମିଳିବ। ଭ୍ରମଣ ସମୟରେ ଟିକେଟଠାରୁ ଆରମ୍ଭ କରି ଖାଦ୍ୟପେୟ, ରହିବା ଓ ଚିକିତ୍ସା ବ୍ୟବସ୍ଥା ସରକାର ବହନ କରିବେ। ତେବେ ଆୟକର ଦେଉଥିବା ବ୍ୟକ୍ତି ଏବଂ ସରକାରୀ କର୍ମଚାରୀମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି। ଏହି ଯୋଜନା ଲାଗି […]

cm

Rakesh Mallick
  • Published: Thursday, 23 July 2015
  • , Updated: 23 July 2015, 04:17 PM IST

ଭୁବନେଶ୍ୱର: ସବୁ ଧର୍ମର ଲୋକଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ବରିଷ୍ଠ ନାଗରିକଙ୍କ ତୀର୍ଥ ଭ୍ରମଣ ଯୋଜନା । ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଦେଶ ଓ ରାଜ୍ୟର ତୀର୍ଥସ୍ଥାନ ବୁଲିବାକୁ ଏହି ସୁବିଧା ମିଳିବ। ଭ୍ରମଣ ସମୟରେ ଟିକେଟଠାରୁ ଆରମ୍ଭ କରି ଖାଦ୍ୟପେୟ, ରହିବା ଓ ଚିକିତ୍ସା ବ୍ୟବସ୍ଥା ସରକାର ବହନ କରିବେ। ତେବେ ଆୟକର ଦେଉଥିବା ବ୍ୟକ୍ତି ଏବଂ ସରକାରୀ କର୍ମଚାରୀମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି। ଏହି ଯୋଜନା ଲାଗି ପର୍ଯ୍ୟଟନ ବିଭାଗ ନୋଡ଼ାଲ ବିଭାଗ ଭାବେ କାର୍ଯ୍ୟ କରିବ। ହିତାଧିକାରୀ ଚିହ୍ନଟ ପାଇଁ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ । ଜଣେ ବ୍ୟକ୍ତି ଥରେ ମାତ୍ର ଏହି ଯୋଜନାରେ ସାମିଲ ହୋଇପାରିବେ । ଯୋଜନାର ସୁପରିଚାଳନା ପାଇଁ ଆଇସିଟିସି ଓ ଓଟିଡିସି ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରୀତ ହେବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Related story