ସରକାରଙ୍କ ନାକତଳେ ଏବେ ବି ଚାଲିଛି ଚିଟ୍‌ଫଣ୍ଡ କାରବାର

ବ୍ରହ୍ମପୁର/ଜୟପୁର(ଓଡ଼ିଶା ରିପୋର୍ଟର):ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ରାଜ୍ୟରେ ଏବେ ବି ବେଧଡ଼କ ଚାଲିଛି ଚିଟ୍‌ଫଣ୍ଡ କାରବାର। ସାହାରା କ୍ରେଡିଟ୍ କୋଅପରେଟିଭ ସୋସାଇଟି ଓ ତାର ଅନ୍ୟ ଦୁଇ ଶାଖା ଲୋକଙ୍କୁ ଠକୁଥିବା ନେଇ ଖୋଦ୍ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ଏନେଇ କେନ୍ଦ୍ରର ଖୋଳତାଡ଼ ପରେ ସମବାୟ ବିଭାଗ ପକ୍ଷରୁ ୭ଟି ଜିଲ୍ଲାରୁ ତଥ୍ୟ ମାଗିଛନ୍ତି । ଏମିତିକି ବାରମ୍ବାର ଚିଠି ପରେ ବି ତଥ୍ୟ ଦେଉନଥିବା ୭ ଜିଲ୍ଲାର ସମବାୟ ଅଧିକାରୀଙ୍କ ଦରମା ବନ୍ଦ […]

rti

Tapas Behera
  • Published: Friday, 13 September 2019
  • , Updated: 13 September 2019, 07:59 PM IST

ବ୍ରହ୍ମପୁର/ଜୟପୁର(ଓଡ଼ିଶା ରିପୋର୍ଟର):ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ରାଜ୍ୟରେ ଏବେ ବି ବେଧଡ଼କ ଚାଲିଛି ଚିଟ୍‌ଫଣ୍ଡ କାରବାର। ସାହାରା କ୍ରେଡିଟ୍ କୋଅପରେଟିଭ ସୋସାଇଟି ଓ ତାର ଅନ୍ୟ ଦୁଇ ଶାଖା ଲୋକଙ୍କୁ ଠକୁଥିବା ନେଇ ଖୋଦ୍ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ଏନେଇ କେନ୍ଦ୍ରର ଖୋଳତାଡ଼ ପରେ ସମବାୟ ବିଭାଗ ପକ୍ଷରୁ ୭ଟି ଜିଲ୍ଲାରୁ ତଥ୍ୟ ମାଗିଛନ୍ତି । ଏମିତିକି ବାରମ୍ବାର ଚିଠି ପରେ ବି ତଥ୍ୟ ଦେଉନଥିବା ୭ ଜିଲ୍ଲାର ସମବାୟ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ବି ଧମକ ଦେଇଛନ୍ତି। ସେପଟେ ସାହାରାରେ ଟଙ୍କା ରଖି ମାଚ୍ୟୁରିଟି ହୋଇ ଥିଲେ ବି ସଂସ୍ଥା ଟଙ୍କା ଫେରାଉ ନଥିବାରୁ ଅସହାୟ ଅବସ୍ଥାରେ ଅଛନ୍ତି ଜମାକାରୀ।

ଜମା ଟଙ୍କା ଦୁଇଗୁଣ ବଢ଼ିବା ଲୋଭର ବଶବର୍ତ୍ତୀ ହୋଇ ସାହାରା ଗ୍ରୁପ୍‌ରେ ୫ଲକ୍ଷ  ୫ ହଜାର ଟଙ୍କା ରଖିଥିଲେ ଜୟପୁରର ରଜନୀ ହୋତା । ବର୍ଷକ ତଳୁ ତାଙ୍କ ଟଙ୍କା ମ୍ୟାଚୁରିଟି ହୋଇସାରିଛି। ହେଲେ ସଂସ୍ଥା କିନ୍ତୁ ଆଉ ଟଙ୍କା ଦେଉନି। ସେହି ସହରର ଅନ୍ୟଜଣେ ବ୍ୟବସାୟୀ ଶଙ୍କର ପ୍ରସାଦ ପାଢୀଙ୍କର ବି ସମଦଶା । ୧୦ ହଜାର ଟଙ୍କା ମ୍ୟାଚ୍ୟୁରିଟି ପାଇଥିଲେ ବି ସଂସ୍ଥା ଟଙ୍କା ଫେରାଉନି। ଟଙ୍କା ପାଇବା ଆଶାରେ ଜମାକାରୀ ଅନେକବାର ଆନ୍ଦୋଳନ କରିଥିଲେ ବି ଫଳ ଶୂନ।

ଆଶ୍ଚର୍ଯ୍ୟର କଥା ସାହାରା ବେଆଇନ ଭାବେ ଟଙ୍କା ସଂଗ୍ରହ କରି ଲୋକଙ୍କୁ ଠକୁଥିବା ନେଇ ସମବାୟ ସଚିବଙ୍କୁ ଜୁଲାଇ ୨୪ରେ ଜଣାଇଥିଲେ । କୋଅପରେଟିଭ ସୋସାଇଟି ରେଜିଷ୍ଟ୍ରାର ଏ ନେଇ କେନ୍ଦ୍ର କୃଷି ମନ୍ତ୍ରାଳୟକୁ ବି ଅବଗତ କରିବାକୁ ଚିଠି ଲେଖିଥିଲେ। ହେଲେ ସତ କଥା ହେଲା ରାଜ୍ୟରେ କେତେ ସ୍ଥାନରେ ସାହାରା ଓ ତାର ସାଥୀ ସଂସ୍ଥା ଅଫିସ୍ ଖୋଲି କାରବାର ଚଳାଇଛନ୍ତି । ସେ ତଥ୍ୟ ସରକାରଙ୍କ ପାଖରେ ନାହିଁ ।

କେନ୍ଦ୍ରର ତାଗିଦ ପରେ ବି ସାହାରା ସଂପର୍କରେ ତଥ୍ୟ ଦେବାକୁ ୭ଟି ଜିଲ୍ଲାର ସମବାୟ ଉପ-ନିବନ୍ଧକଙ୍କୁ ଚିଠି ଲେଖିଛନ୍ତି । କୋ-ଅପରେଟିଭ ସୋସାଇଟି ରେଜିଷ୍ଟ୍ରାର ବର୍ଷେ ଭିତରେ ୮ଟି ଚିଠି ଲେଖି ସାରିଲେଣି। ଆଉ ଏଥର କିନ୍ତୁ ତଥ୍ୟ ନଦେଲେ ଦରମା ବନ୍ଦ ଧମକ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ଆଇନ ଅନୁସାରେ କେବଳ ସୋସାଇଟିର ଭୋଟ୍ ଦେଇପାରୁଥିବା ସଦସ୍ୟଙ୍କ ପାଖରୁ ଜମା ଟଙ୍କା ରଖିପାରିବେ ସଂସ୍ଥା । ତେବେ ସାଧାରଣ ଲୋକଙ୍କୁ ୨୦ ଟଙ୍କାରେ ସଦସ୍ୟ କରାଇ ବେଆଇନ ଭାବେ ସାହାରା ଓ ତାର ଅନ୍ୟ ଦୁଇଟି ସାଥୀ ସଂସ୍ଥା ଟଙ୍କା କାରବାର ଚଳାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଓଡିଶାରେ ସାହାରାର ବ୍ୟାବସାୟିକ କାରବାର ଉପରେ ଲଗାମ୍ ଲଗାଇବାକୁ  ୨୦୧୬ ଜୁନ୍‌ରେ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର। ତେବେ ଏଭଳି ସ୍ଥିତିରେ ଜମାକାରୀ ଟଙ୍କା ଫେରି ପାଇବା ନେଇ ସନ୍ଦିହାନ ସ୍ଥିତି ସୃଷ୍ଟି ହୋଇଛି।

Related story