ଭୁବନେଶ୍ୱର: ସଠିକ୍ ଯୋଜନା ଅନୁସାରେ ସହରାଞ୍ଚଳର ବିକାଶ ଲକ୍ଷ୍ୟରେ ବିଧାନସଭାରେ ପାରିତ ହୋଇଛି ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ ସଂଶୋଧନ ବିଲ୍। ଏହି ବିଲ୍ ଅନୁସାରେ ରାଜ୍ୟ ସରକାର ଦୁଇ ବା ତତୋଧିକ କର୍ତ୍ତୃପକ୍ଷଙ୍କୁ ମିଶାଇ ଗୋଟିଏ କର୍ତ୍ତୃପକ୍ଷ ଗଠନ କରିପାରିବେ। ସେହିପରି ସହର ସମେତ ଏହାର ପାରିପାର୍ଶ୍ୱିକ ଅଞ୍ଚଳରେ ନୂଆ ସହର ସୃଷ୍ଟି କରିବା ଓ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଏହା ସହାୟକ ହେବ। ସେହିପରି ବିଲଡର ଓ ରିୟଲ୍ ଇଷ୍ଟେଟ କମ୍ପାନୀମାନେ ପ୍ଲଟ୍ ବିକ୍ରି କରିବା ପୂର୍ବରୁ ସେଠାରେ ଡ୍ରେନେଜ, ସ୍ୱରେଜ, ରାସ୍ତାଘାଟ ବିକାଶ ପ୍ରତି ଧ୍ୟାନ ଦେବା ବାଧ୍ୟତାମୂଳକ କରାଯାଇଛି। ସେହିପରି ଉନ୍ନୟନ କର୍ତ୍ତୃପକ୍ଷଗୁଡିକ ଦ୍ୱାରା ବିଭିନ୍ନ ଉନ୍ନୟନ ଯୋଜନା ଓ ହାଉସିଂ ପ୍ରୋଜେକ୍ଟ ଅନୁମୋଦନ କ୍ଷେତ୍ରରେ ସହଜ ଓ ସୁବିଧା କରିବା ଲକ୍ଷ୍ୟରେ ସିଙ୍ଗଲ୍ ୱିଣ୍ତୋ ସିଷ୍ଟମ କାର୍ଯ୍ୟକାରୀ କରିବା ନେଇ ଏହି ବିଲରେ ବ୍ୟବସ୍ଥା ରହିଛି। ଗତକାଲି ଏହି ବିଲ୍ ଗୃହରେ ପାରିତ ହେବା ବେଳେ ବିରୋଧୀ ଦଳ ନେତା ସମେତ କଂଗ୍ରେସ ସଦସ୍ୟ ମାନେ ଗୃହରେ ଅନୁପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।
Miscellaneous
ଆଜିଠୁ ଖୋଲିବ ଧାନମଣ୍ଡି, ଆଉ ରହିବନି ଟୋକନ୍ ଟେନସନ୍
ରାଜ୍ୟରେ ଆଜିଠୁ ଖୋଲିବ ଧାନମଣ୍ଡି । ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
Miscellaneous
ଏଥର ମଣ୍ଡି ଜଗିବେ ମନ୍ତ୍ରୀ-ଅଫିସର, ସାବାଡ୍ ହେବେ ଦଲାଲ୍
କାଲିଠୁ ବରଗଡ଼ ଓ ୨୧ରୁ ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରୁ ମୁକ୍ତି ପାଇବେ ଚାଷୀ। ଦଲାଲଙ୍କ ପ୍ରାଦୁର୍ଭବ ରୋକିବାକୁ ମନ୍ତ୍ରୀ ଓ ଅଫିସର ଜଗିବେ ମଣ୍ଡି।