ସହରାଞ୍ଚଳରେ ଥିବା ବସଷ୍ଟାଣ୍ଡର ଉନ୍ନତିକରଣ କରିବ ଗୃହ ଓ ନଗର ଉନ୍ନୟନ ଏବଂ ସଡକ ଓ ପରିବହନ ବିଭାଗ

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଥିବା ବସଷ୍ଟାଣ୍ଡଗୁଡିକର ମିଳିତଭାବେ ଉନ୍ନତିକରଣ କରିବେ ଗୃହ ଓ ନଗର ଉନ୍ନୟନ ଏବଂ ସଡକ ଓ ପରିବହନ ବିଭାଗ। ପୂର୍ବରୁ ପୁରୀ, ଭୁବନେଶ୍ୱର ଓ କଟକ ବସଷ୍ଟାଣ୍ଡ ବ୍ୟତୀତ ଅନ୍ୟ ସମସ୍ତ ବସଷ୍ଟାଣ୍ଡର ଉନ୍ନତୀକରଣ ଗୃହ ଓ ନଗର ଉନ୍ନୟନ ବିଭାଗ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ନଗର ଉନ୍ନୟନ ବିଭାଗର ପାଣ୍ଠିରେ ସମସ୍ୟା ଯୋଗୁଁ ସଡ଼କ ଓ ପରିବହନ ବିଭାଗ ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ, ବଲାଙ୍ଗିର, ଭବାନୀପାଟଣା, ରାୟଗଡା, ନବରଙ୍ଗପୁର […]

bus

Rakesh Mallick
  • Published: Thursday, 24 September 2015
  • , Updated: 24 September 2015, 02:41 AM IST

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଥିବା ବସଷ୍ଟାଣ୍ଡଗୁଡିକର ମିଳିତଭାବେ ଉନ୍ନତିକରଣ କରିବେ ଗୃହ ଓ ନଗର ଉନ୍ନୟନ ଏବଂ ସଡକ ଓ ପରିବହନ ବିଭାଗ। ପୂର୍ବରୁ ପୁରୀ, ଭୁବନେଶ୍ୱର ଓ କଟକ ବସଷ୍ଟାଣ୍ଡ ବ୍ୟତୀତ ଅନ୍ୟ ସମସ୍ତ ବସଷ୍ଟାଣ୍ଡର ଉନ୍ନତୀକରଣ ଗୃହ ଓ ନଗର ଉନ୍ନୟନ ବିଭାଗ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ନଗର ଉନ୍ନୟନ ବିଭାଗର ପାଣ୍ଠିରେ ସମସ୍ୟା ଯୋଗୁଁ ସଡ଼କ ଓ ପରିବହନ ବିଭାଗ ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ, ବଲାଙ୍ଗିର, ଭବାନୀପାଟଣା, ରାୟଗଡା, ନବରଙ୍ଗପୁର ଓ ଫୁଲବାଣୀ ପ୍ରଭୃତି ୭ଟି ବସଷ୍ଟାଣ୍ଡର ଉନ୍ନତିକରଣ କରିବ।

ଏଥିସହ ପ୍ରତିବର୍ଷ ସଡ଼କ ଓ ପରିବହନ ବିଭାଗ ରାଜ୍ୟର କିଛି କିଛି ବସଷ୍ଟାଣ୍ଡର ଉନ୍ନତିକରଣ କାମ କରିବା ନେଇ ସଚିବାଳୟରେ ଦୁଇ ବିଭାଗ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାସହିତ କଟକର ଗୋପାଳପୁର ଓ ବୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତି କରଣ ନେଇ ଡିପିଆର ପ୍ରସ୍ତୁତ ହେଉଥିବା ସଡ଼କ ଓ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି।

Related story