ଅବ୍ୟବସ୍ଥା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ

Ordigital Desk
  • Published: Saturday, 10 March 2018
  • , Updated: 10 March 2018, 07:37 AM IST
<p>କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅବ୍ୟବସ୍ଥା। ମେଡିକାଲ କଲେଜରେ ସ୍କେଲିଟନ ଏବଂ ବୋନ୍ ସେଟ୍ସ ନଥିବାରୁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏହାସହ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ୍ସରେ ଫିଲ୍ମସ ଏବଂ ଭ୍ୟୁ ବକ୍ସ ଭଳି ଅନେକ ସାମଗ୍ରୀ ନଥିବା ଅଭିଯୋଗ କରିଛନ୍ତି।</p> <p>ଏନେଇ ଛାତ୍ରଛାତ୍ରୀ ବାରମ୍ବାର ଡିନ୍&zwnj;ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ପରେ ଛାତ୍ରଛାତ୍ରୀମାନେ ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭନ୍ନ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏହାସତ୍ତ୍ୱେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବା ପରେ ଶେଷରେ ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଥିଲେ। ଗତକାଲି ରାତିରେ ଛାତ୍ରଛାତ୍ରୀମାନେ ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ।</p>

Related story