ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ଡକ୍ଟର ମଧୁସୂଦନ ପତି ପାଇବେ ୨୦୧୫ର ସମ୍ମାନଜନକ ଅତିବଡି ଜଗନ୍ନାଥ ଦାସ ପୁରସ୍କାର। ଆଜି ଅନୁଷ୍ଠିତ ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ୨୦୧୧ ଓ ୨୦୧୨ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ୨୦୧୧ ପାଇଁ ଉପନ୍ୟାସରେ ସତ୍ୟପ୍ରିୟ ମହାଳିକ୍, କ୍ଷୁଦ୍ରଗଳ୍ପରେ ସାରଦା ପ୍ରସାଦ ମିଶ୍ର ଏବଂ କବିତା ପାଇଁ ପୀତାମ୍ୱର ତରାଇ ମନୋନୀତ ହୋଇଛନ୍ତି। ସେହିପରି ୨୦୧୨ ପାଇଁ ଉପନ୍ୟାସରେ ନବକିଶୋର ରାଜ, କ୍ଷୁଦ୍ରଗଳ୍ପରେ ଅଜୟ ସ୍ୱାଇଁ ଏବଂ କବିତା ପାଇଁ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ମନୋନୀତ ହୋଇଛନ୍ତି।